25.1 C
Bhubaneswar
Thursday, February 12, 2026
Homeଓଡିଶାଦୁର୍ବଳ, ଜନମାରଣ , ଅସହାୟ ଓ ପ୍ରତାରଣାର ବଜେଟ : ପିସିସି ସଭାପତି

ଦୁର୍ବଳ, ଜନମାରଣ , ଅସହାୟ ଓ ପ୍ରତାରଣାର ବଜେଟ : ପିସିସି ସଭାପତି

ଭୁବନେଶ୍ୱର: ଓଡ଼ିଶା ସରକାର ଏହି ଆଠ ମାସ ଭିତରେ ଅନ୍ୟୁନ ୪୪୪୦୦ କୋଟି ଟଙ୍କା ର ରୁଣ ହାର ବୃଦ୍ଧି କରି ରାଜ୍ଯ ବାସୀଙ୍କୁ ରୁଣଯନ୍ତା ରେ ହନ୍ତସନ୍ତ କରିଛନ୍ତି। ରାଜ୍ୟକୁ ରୁଣଯନ୍ତାରେ ତ୍ରସ୍ତ କରି ରଜ୍ୟର ସମ୍ପୂର୍ଣ୍ଣ ବିକାଶ କରିବା ଅସମ୍ଭବ। ଦଶଟି ଆାଦିବାସୀ ଜିଲ୍ଲାରେ ଆଞ୍ଚଳିକ ବୈଷମ୍ୟତାକୁ କମାଇବାରେ ରାଜ୍ୟ ସରକାର ଅକ୍ଷମ। ଉକ୍ତ ଜିଲ୍ଲାର ଜନସାଧାରଣ ଙ୍କ ଜୀବନର ମାନକୁ ବୃଦ୍ଧି କରିବାରେ ବଜେଟ୍ ରେ ଆନ୍ତରିକତା କମ୍। ମିଶନ ଶକ୍ତି ର ମାଆ ଓ ଭଉଣୀ ଙ୍କ ପ୍ରତି ସମ୍ପୂର୍ଣ୍ଣ ଅବହେଳା କରାଯାଇଛି। କ୍ଷୁଦ୍ର ମଧ୍ୟମ ଶିଳ୍ପ, କୃଷି କ୍ଷେତ୍ରରେ ଅଭିବୃଦ୍ଧି ଦ୍ରୁତ ହାରରେ ନିମ୍ନଗାମୀ ହୋଇଛି. ସୁଭଦ୍ରା ଯୋଜନା, ଶ୍ରୀଅନ୍ନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟୟ ବରାଦ କମ୍ କରିବା ଶୁଭ ସଂକେତ ନୂହେଁ। ଏହି ବଜେଟ୍ ରେ ଆତ୍ମ ବିଶ୍ଵାସ କମ୍ ମାତ୍ର ଆତ୍ମ ପ୍ରଚାର ଅଧିକ ରହିଛି।ଦରଦାମ୍ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହେଇଛନ୍ତି। ରାଜ୍ୟର ମୁଦ୍ରାସ୍ଫୀତି ୬.୫ % ରେ ପହଁଞ୍ଚିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ। ରୋଜଗାର ସ୍ରୁଷ୍ଟି କରିବା ଓ ବେକାର ଯୁବ ଗୋଷ୍ଠୀ ଙ୍କୁ ନିଯୁକ୍ତି ଲାଗୀ ନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଉପରେ ଆଖି ଦୃଶିଆ ପଦକ୍ଷେପ ନନେବା ପ୍ରମାଣିତ କରୁଛି ଯେ ରାଜ୍ୟ ବଜେଟ ଜନ ବିରୋଧୀ ଓ ଦୁର୍ବଳ ବଜେଟ୍।ପ୍ରତ୍ୟକ୍ କ୍ଷେତ୍ରରେ ରାଜ୍ୟ ସରକାର କେନ୍ଦ୍ର ଠାରୁ ସହାୟତା ନେବାରେ ଓ କେନ୍ଦ୍ର ସରକାର ସହାୟତା ପ୍ରଦାନ କ୍ଷେତ୍ରରେ ଆନ୍ତରିକତା ଦେଖାଇ ନାହାନ୍ତି। ଉଭୟ ଡବଲ୍ ଇଞ୍ଜିନ୍ ସରକାର୍ ଓଡ଼ିଶା ଜନସାଧାରଣ ଙ୍କୁ ପ୍ରତାରିତ କରିଛନ୍ତି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking