20.1 C
Bhubaneswar
Thursday, February 12, 2026
Homeଓଡିଶାଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ରାଜ୍ୟପାଳ

ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ରାଜ୍ୟପାଳ

ଭୁବନେଶ୍ୱର: ନୂଆ ଶିକ୍ଷାନୀତି-୨୦୨୦ ସଂପର୍କରେ ଶିକ୍ଷକ ସମାଜ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଗୁରୁତ୍ୱାରୋପ କରିଛନ୍ତି। ଆଜି ରାଜଭବନରେ ଉଚ୍ଚ ଶିକ୍ଷା ବିଭାଗର କାର୍ଯ୍ୟାବଳୀ ସଂପର୍କରେ ସମୀକ୍ଷା କରି ରାଜ୍ୟପାଳ ଏହି ଗୁରୁତ୍ୱାରୋପ କରିଛନ୍ତି। ଏହି ସମୀକ୍ଷା ବୈଠକରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ବିଭାଗୀୟ କମିଶନର-ତଥା-ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ ପ୍ରମୁଖ ଉପସ୍ଥିତ ଥିଲେ।

ପାୱାରପଏଂଟ୍ ପ୍ରେଜେନ୍‌ଟେସନ୍ ମାଧ୍ୟମରେ ଓଡ଼ିଶାରେ ଉଚ୍ଚ ଶିକ୍ଷାର ବିଷଦ ବିବରଣୀ ଉପସ୍ଥାପନ କରାଯାଇଥିଲା । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଥିବା ଆହ୍ୱାନ ସଂପର୍କରେ ଆଲୋକପାତ କରି ଏ କ୍ଷେତ୍ରରେ ଉଚ୍ଚ ଶିକ୍ଷାର ମାନବୃଦ୍ଧି, ଭିତିଭୂମିର ଉନ୍ନତି ସହିତ ଉଚ୍ଚ ଶିକ୍ଷାକୁ କିପରି ଅଧିକ ସହଜଲବ୍ଧ କରିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତି କରାଯାଇପାରିବ ସେ ସଂପର୍କରେ ସରକାରଙ୍କ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ମନ୍ତ୍ରୀ ଶ୍ରୀ ସୁରଜ ଓ କମିଶନର ତଥା ଶାସନ ସଚିବ ଶ୍ରୀ ଅଗ୍ରୱାଲ ଅବଗତ କରାଇଥିଲେ। ରାଜ୍ୟରେ ଉଚ୍ଚ ଶିକ୍ଷାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଉପାଦେୟ ପରାମର୍ଶ ଦେବା ସହ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନୂଆ ଶିକ୍ଷାନୀତିର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକୀୟ ତାଲିମ ଏବଂ ସଚେତନନା ସୃଷ୍ଟି ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ।

ଏତଦ୍‌ବ୍ୟତୀତ ପାଠ୍ୟକ୍ରମର ଆଧୁନିକୀକରଣ, ଡିଜିଟାଲ ଶିକ୍ଷାର ସଂପ୍ରସାରଣ, ଇଣ୍ଡଷ୍ଟ୍ରି-ଏକଡେମିଆ ସହଯୋଗର ଆବଶ୍ୟକତା ଉପରେ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ବିଶ୍ୱ ବିଦ୍ୟାଳୟ ପରିଚାଳନା, ଗବେଷଣାକୁ ପ୍ରୋତ୍ସାହନ ଯୋଗାଇବା, ଛାତ୍ରଛାତ୍ରୀମାନଙ୍କୁ ଭଲ କ୍ୟାରିଅର ଗଢ଼ିବା ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଉତ୍ସାହିତ କରିବା ପାଇଁ ସରକାରଙ୍କ ଲକ୍ଷ ଓ କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ରାଜ୍ୟରେ ଉଚ୍ଚ ଶିକ୍ଷାର ବିକାଶ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗର ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିବା ସହିତ ଶିକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ ଏବଂ ଅନ୍ତର୍ନିବେଶୀ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking