19.1 C
Bhubaneswar
Thursday, February 12, 2026
Homeଓଡିଶାନୂଆ ସରକାରର ନୂଆ ଯୋଜନା; ବଜେଟରେ ୧୬ ନୂଆ ସ୍କିମ୍‌

ନୂଆ ସରକାରର ନୂଆ ଯୋଜନା; ବଜେଟରେ ୧୬ ନୂଆ ସ୍କିମ୍‌

ଭୁବନେଶ୍ୱର: ରାଜ୍ୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ ହୋଇଛି । ରାଜ୍ୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ବିଧାନସଭାରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ନୂଆ ସରକାର । ବଜେଟ ଆକାର ବଢି ୨ ଲକ୍ଷ ୯୦ ହଜାର କୋଟିରେ ପହଞ୍ଚିଛି । ଏହାସହିତ ମୋହନ ସରକାର ଆଣିଛନ୍ତି ଆନେକ ନୂଆ ନୂୂଆ ଯୋଜନା । ପର୍ଯ୍ୟଟନଠୁ ଶିକ୍ଷା, ସାମାଜିକ ସୁରକ୍ଷାଠୁ ଖାଦ୍ୟ ସୁରକ୍ଷା ସମସ୍ତ ଦିଗକୁ ମିଳିଛି ପ୍ରାଧାନ୍ୟ । ଗ୍ରାମୀଣ ବିକାଶ, ପରିବହନ ବିକାଶ, ଚାଷୀଙ୍କ ପାଇଁ ଉତ୍ତମ ବ୍ୟବସ୍ଥା କରିବା ଦିଗରେ ଧ୍ୟାନ ଦେଇଛନ୍ତି ନୂଆ ସରକାର । ନୂଆ ସ୍କିମ ଘୋଷଣା କରି ସରକାର ଐତିହ୍ୟ ସ୍ଥାନର ବିକଶ ସହିତ ଓଡିଆ ଅସ୍ମିତା, ଶହୀଦଙ୍କ ପ୍ରତି ସମ୍ନାନ ଏବଂ ସ୍ୱଚ୍ଛ ଓଡିଶା ଗଠନ ପାଇଁ ସଂକଳ୍ପ ନେଇଛନ୍ତି । ତେବେ ଆସନ୍ତୁ ଜାଣିବା ବଜେଟ ୨୦୨୫-୨୬ରେ ମୋହନ ସରକାର କେଉଁ କେଉଁ ନୂଆ ଯୋଜନା ଆଣିଛନ୍ତି ଏବଂ କାହାକୁ କେତେ ମିଳିଛି ।

୫ ବିଭାଗକୁ ସର୍ବାଧିକ ବ୍ୟୟ ବରାଦ
୧) ଅର୍ଥ ବିଭାଗକୁ ୬୩୫୧୧.୯୧ କୋଟି
୨) ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗ- ୩୧୧୮୫.୪୭ କୋଟି
୩) ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ- ୨୮୪୫୧ କୋଟି
୪) ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ- ୨୨୭୪୧ କୋଟି
୫) ଜଳ ସମ୍ପଦ ବିଭାଗ- ୧୪,୮୯୪ କୋଟି ବ୍ୟୟ ବରାଦ ହୋଇଛି

ବଜେଟରେ ୧୬ ନୂଆ ଯୋଜନା- କାହାକୁ ମିଳିଲା କେତେ?
ଅନ୍ତୋଦୟ ଗୃହ ଯୋଜନା ପାଇଁ ୨୬୦୩ କୋଟି । ସୁଭଦ୍ରା ସୁରକ୍ଷାରେ ୧୫୩ କୋଟି । ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ୩୦ କୋଟି । ଉତ୍ତର ଓଡିଶା ବିକାଶ ପରିଷଦ ପାଇଁ ୨୦୦ କୋଟି । ଓଡିଶା ପୃଷ୍ଟି ମିଶନରେ ୧୦୦ କୋଟି । ବକୁଳବଳ ଉନ୍ନୟନ ପାଇଁ ୫୦ କୋଟି । ଆମ ଶିମିଳିପାଳ ଯୋଜନାରେ ୫୦ କୋଟି । ମଡେଲ୍ ମଣ୍ଡି ପାଇଁ ୫୦ କୋଟି । ଶହୀଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି । ପ୍ରବାସୀ ଓଡିଆ ସମ୍ପର୍କ ପାଇଁ ୧୦ କୋଟି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୧୨ କୋଟି । ଦକ୍ଷିଣ ଓଡିଶା ବିକାଶ ପରିଷଦକୁ ୨୦୦ କୋଟି । ସ୍ୱଚ୍ଛ ଓଡିଶା ପାଇଁ ୨୬୧ କୋଟି । ଆମେ ପଢିବା ଆମ ଭାଷାରେ ଯୋଜନାରେ ୨୫ କୋଟି । ଅଟଳ ବସ ଷ୍ଟାଣ୍ଡ ପାଇଁ ୧୨୬୬ କୋଟି । ସମୃଦ୍ଧ ସହର ପାଇଁ ୪୦୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା-
୧) ଅନ୍ତୋଦୟ ଗୃହ ଯୋଜନା
୨) ସୁଭଦ୍ରା ସୁରକ୍ଷା ଯୋଜନା
୩) ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା
୪) ଉତ୍ତର ଓଡିଶା ବିକାଶ ପରିଷଦ
୫) ଓଡିଶା ପୃଷ୍ଟି ମିଶନ
୬) ବକୁଳବଳ ଉନ୍ନୟନ
୭) ଆମ ଶିମିଳିପାଳ ଯୋଜନା
୮) ମଡେଲ୍ ମଣ୍ଡି
୯) ଶହୀଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ
୧୦) ପ୍ରବାସୀ ଓଡିଆ ସମ୍ପର୍କ
୧୧) ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା
୧୨) ଦକ୍ଷିଣ ଓଡିଶା ବିକାଶ ପରିଷଦ
୧୩) ସ୍ୱଚ୍ଛ ଓଡିଶା
୧୪) ଆମେ ପଢିବା ଆମ ଭାଷାରେ
୧୫) ଅଟଳ ବସ ଷ୍ଟାଣ୍ଡ
୧୬) ସମୃଦ୍ଧ ସହର

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking