ଭୁବନେଶ୍ୱର : ଆଜି ରାଜ୍ୟ ବଜେଟ ଅଧିବେଶନ । ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା ଦ୍ୱିତୀୟ ବଜେଟ । ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ୨, ୯୬୦ କୋଟି ବ୍ୟୟବରାଦ ହୋଇଛି । ସମଗ୍ର ଶିକ୍ଷା ପାଇଁ ୪ ହଜାର ୬୮୧ କୋଟି । ଐତିହ୍ୟ ବିଦ୍ୟାଳୟ ପାଇଁ ୬୦ କୋଟି । ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ୧୦୦ କୋଟି । ଆମେ ପଢିବା ଆମ ଭାଷାରେ ପାଇଁ ୨୫ କୋଟି । ସମଗ୍ର ଶିକ୍ଷା ୪ ହଜାର ୬୮୧ କୋଟି ।










