17.1 C
Bhubaneswar
Tuesday, December 16, 2025
Homeଓଡିଶାସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଅନୁଷ୍ଠିତ ହେବ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର...

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଅନୁଷ୍ଠିତ ହେବ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଫେଷ୍ଟିଭାଲ ଏବଂ ପ୍ରତିଯୋଗିତା

ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରତ୍ୟେକଙ୍କ ସମ୍ମାନର ସହିତ ବଂଚିବାର ଅଧିକାର ରହିଛି। ଏହି ଅନୁଯାୟୀ ଦିବ୍ୟାଙ୍ଗ ମାନଙ୍କୁ ଏଥିରୁ ବଂଚିତ କରାଯାଇ ପାରିବ ନାହିଁ।ଦିବ୍ୟାଙ୍ଗ ମାନଙ୍କ ସମସ୍ୟା ବିଷୟରେ ଆଲୋକପାତ କରି ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ସମ୍ମାନ, ଅଧିକାର ଏବଂ କଲ୍ୟାଣ ପାଇଁ ସମର୍ଥନ ସଂଗ୍ରହ କରିବା ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମ ହିଁ ଅନ୍ୟ ଏକ ସର୍ବୋତ୍ତମ ମାଧ୍ୟମ ବୋଲି ଓଡିଶା ରାଜ୍ୟ ସରକାର ମନେକରିଵା ସହିତ ସଚେତନତା ସୃଷ୍ଟି କରିପାରିଵା ପାଇଁ ରାଜ୍ୟ ସରକାରଙ୍କ ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏକ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଫେଷ୍ଟିଭାଲ ଏବଂ ପ୍ରତିଯୋଗିତା କରିବାକୁ ମନସ୍ଥ କରିଛନ୍ତି.ଯାହାର ଶୀର୍ଷକ ହେଲା “ସାମର୍ଥ୍ୟ ” ।

RR EVENTS & CINE PRODUCTION ପକ୍ଷରୁ ଏହାର ମୁଖ୍ୟ ଶ୍ରୀ ରମେଶ ବାରିକ ପରିଚାଳନା କରୁଥିବାବେଳେ କ୍ରିଏଟିଭ ମୁଖ୍ୟ ଅଛନ୍ତି ଶ୍ୟାମା ପ୍ରସାଦ ମିଶ୍ର. ପ୍ରତିଯୋଗୀ ମାନେ ଆସନ୍ତା 17 ତାରିଖ ଠାରୁ ମାର୍ଚ୍ଚ 10 ତାରିଖ ପର୍ଯ୍ୟନ୍ତ ନିଜର କ୍ଷୁଦ୍ର ଚଳଚ୍ଚିତ୍ର ସହିତ ଆବେଦନ କରିପାରିବେ । ମାର୍ଚ୍ଚ 13 ରୁ 16 ତାରିଖ ପର୍ଯ୍ୟନ୍ତ ଜୁରୀ ମାନଙ୍କ ଦ୍ୱାରା ସ୍କ୍ରିନିଂ କରାଯାଇ ବିଭିନ୍ନ ବିଭାଗର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ କରାଯିବ । ଏହି ସିନେମା ର ଅବଧି ଦୁଇ ରୁ ପାଞ୍ଚ ମିନିଟ ପର୍ଯ୍ୟନ୍ତ ରହିବ । ମାର୍ଚ୍ଚ 19 ତାରିଖ ଦିନ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ବଲିଉଡ ଏବଂ ଓଲିଉଡ଼ ତାରକା ମାନଙ୍କ ସହିତ ପୁରସ୍କାର ବିତରଣ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ବିଶେଷ ପାରଦର୍ଶିତା ପାଇଁ ବିଭିନ୍ନ କ୍ୟାଟେଗୋରିରେ 10 ଲକ୍ଷ ପର୍ଯ୍ୟନ୍ତ ପୁରସ୍କାର ଦିଆଯିବ ।ଏଥିପାଇଁ ପ୍ରଚାର ପାଇଁ ୱେବ ସାଇଟ ସହିତ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରାଯିବ ।

15 ତାରିଖ ଦିନ ଭୁବନେଶ୍ୱରର ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ନିର୍ଦେଶିକା ନିୟତି ପଟ୍ଟନାୟକ,ବିଭାଗୀୟ ବିତ୍ତ ଅଧିକାରୀ ଜୟଶ୍ରୀ ତ୍ରିପାଠୀ, ଅତିରିକ୍ତ ଶାସନ ସଚିବ ଶ୍ରୀ ଦୀପକ ରାଉତରାୟ,ଉପ ଶାସନ ସଚିବ ଶ୍ରୀ ସନ୍ୟାସୀ କୁମାର ବେହେରା,ଅତିରିକ୍ତ ଶାସନ ସଚିବ ସୋନିଆ ବେହେରା, ଚଳଚ୍ଚିତ୍ର ଜଗତର ସବ୍ୟସାଚୀ ମହାପାତ୍ର, ଗଦାଧର ପୁଟ୍ଟୀ, ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ହରିହର ମହାପାତ୍ର, ଅଭିନେତ୍ରୀ ଅର୍ଚିତା ସାହୁ, RR ଇଭେଣ୍ଟ ଏବଂ ଆର ଆର ସିନେ ପ୍ରଡ଼କ୍ସନର MD ରମେଶ ବାରିକ, କ୍ରିଏଟିଭ ମୁଖ୍ୟ ଶ୍ୟାମା ପ୍ରସାଦ ମିଶ୍ର, ଶାଶ୍ଵତୀ ପତି, ପ୍ରଚାର ବିଭାଗ ମୁଖ୍ୟ ହର ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ମାଣ ଓ ବୈଷୟିକ ଦିଗରେ ଆଲୋକପାତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ଅଧିକାରୀ,ବିଭିନ୍ନ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦେଶକ, ଅଭିନେତା, ଅଭିନେତ୍ରୀ ମାନଙ୍କ ସହିତ ଗଣ ମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking