ଭୁବନେଶ୍ୱର : ଆଜିକାଲି ଜୀବନ ଶୈଳୀରେ ଖରାପ ଖାଇବା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଶରୀରରେ ମେଦବହୁଳତା , ମଧୁମେହ , ଥାଇରଏଡ ଭଳି ରୋଗ ବଢିଥାଏ । ଏହାର ମୁଖ୍ୟ କାରଣ ହେଉଛି ଖାଦ୍ୟ ଖାଇକି ଶୀଘ୍ର ଶୋଇବା । ଏପରି କରିବା ଦ୍ୱାରା ଖାଦ୍ୟ ସଠିକ ଭାବରେ ଖାଦ୍ୟ ହଜମ ହୁଏ ନାହିଁ । ଫଳରେ ରୋଗର ଶିକାର ହୋଇଥାଉ । ଯଦି ରାତ୍ରି ଭୋଜନ ପରେ କିଛି ସମୟ ଚାଲନ୍ତି ତେବେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଖାଇଭଆ ପରେ ଚାଲିବା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବିବେଚନା କରାଯାଏ । ଏହା ସହିତ ଚାଲିବା ଦ୍ୱାରା ଓଜନ ହ୍ରାସ କରେ । ହୃଦରୋଗ ହୋବାର ଆଶଙଅକା କମିଯାଏ । ରକ୍ତଚାପକୁ ହ୍ରାସ କରିଥାଏ । କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରେ । ଯଦି ଆପଣ ଖାଇବା ପରେ ଚାଲନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।









