25.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶବ୍ରିକ୍ସ ସଦସ୍ୟ ରାଷ୍ଟ୍ରଙ୍କୁ ଟ୍ରମ୍ପ୍‌ଙ୍କ ନାଲିଆଖି

ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଙ୍କୁ ଟ୍ରମ୍ପ୍‌ଙ୍କ ନାଲିଆଖି

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣିଥରେ ଭାରତ, ଚୀନ୍ ସମେତ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ନାଲିଆଖି ଦେଖାଇଛନ୍ତି। ଟ୍ରମ୍ପ୍ କହିଛନ୍ତି, ବ୍ରିକ୍ସ ଦେଶଗୁଡ଼ିକ ଜାଣିଯିବା ଉଚିତ ଯେ ସେମାନେ ଆମେରିକୀୟ ଡଲାରକୁ ବଦଳାଇ ପାରିବେ ନାହିଁ। ଯଦି ଏପରି କରିବାକୁ କୌଣସି ପ୍ରୟାସ କରାଯାଏ, ତେବେ ଆମେରିକା ଏହି ଦେଶଗୁଡ଼ିକ ଉପରେ ୧୦୦% ଶୁଳ୍କ ଲାଗୁ କରିବାକୁ ବାଧ୍ୟହେବ। ଆମେରିକାର ଅର୍ଥନୀତି ସହ ସାମାନ୍ୟତମ ହରକତ୍‌କୁ ମଧ୍ୟ ସେ କିମ୍ବା ତାଙ୍କ ସରକାର ବରଦାସ୍ତ କରିବେ ନାହିଁ। ଯଦି ବ୍ରିିକ୍ସ ଏହାକୁ ଅଣଦେଖା କରେ ଏବଂ ଆମେରିକା ଡଲାରକୁ ନିମ୍ନଗାମୀ କରିବା ଉଦ୍ଦେଶ୍ୟରେ ଏହାର ନୂତନ ମୁଦ୍ରା ଲଞ୍ଚ୍ କରେ ତେବେ ଏଥିପାଇଁ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡିବ। ସେମାନଙ୍କୁ ଆମେରିକୀୟ ବଜାରରୁ ବାଦ୍ ଦିଆଯିବ। ଆମେରିକା କେବଳ ସେମାନଙ୍କ ପଦକ୍ଷେପର ମୁକ ଦର୍ଶକ ସାଜି ବସିରହିବ ନାହିଁ।

ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏନେଇ ଏକ ପୋଷ୍ଟ କରିଛନ୍ତି। ଟ୍ରମ୍ପ୍ ଲେଖିଛନ୍ତି, ବ୍ରିକ୍ସ ଦେଶଗୁଡ଼ିକ ଆମେରିକୀୟ ଡଲାରର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରୁଛନ୍ତି। ଯଦି ବ୍ରିକ୍ସ ଏକ ନୂତନ ମୁଦ୍ରା ସୃଷ୍ଟି କରେ କିମ୍ବା ଅନ୍ୟ କୌଣସି ମୁଦ୍ରାକୁ ସମର୍ଥନ କରେ, ତେବେ ସେମାନଙ୍କ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ବ୍ରିକ୍ସ ଦେଶମାନଙ୍କ ପାଇଁ ଆମେରିକୀୟ ବଜାରର ଦ୍ୱାର ସବୁଦିନ ପାଇଁ ବନ୍ଦ ହୋଇଯିବ। ପ୍ରକାଶ, ବ୍ରିକ୍ସରେ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶ ଅନ୍ତର୍ଭୁକ୍ତ। ଏହି ଗୋଷ୍ଠୀର ସଦସ୍ୟ ରାଷ୍ଟ୍ରଗୁଡ଼ିକ ବିଶ୍ୱ ସ୍ତରରେ ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାକୁ ଚାହୁଁଛନ୍ତି। ବ୍ରିକ୍ସ ଦେଶଗୁଡ଼ିକ ବ୍ରିକ୍ସ ମୁଦ୍ରା ସାହାଯ୍ୟରେ ସେମାନଙ୍କର ବାଣିଜ୍ୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ରୁଷ୍ ଏବଂ ଚୀନ୍ ପୂର୍ବରୁ ଡଲାର ବଦଳରେ ୟୁଆନ ଏବଂ ଅନ୍ୟାନ୍ୟ ମୁଦ୍ରାରେ ବାଣିଜ୍ୟ କରୁଛନ୍ତି। ଏବେ ବ୍ରିକ୍ସର ଏହି ନୂତନ ମୁଦ୍ରା ଆମେରିକାର ଆର୍ôଥକ ଅବସ୍ଥାକୁ ଦୁର୍ବଳ କରିପାରେ। ଏସବୁ ସତ୍ତ୍ୱେ ଆମେରିକାର ଶୁଳ୍କ ଲାଗୁ କରିବାର ଧମକ ବ୍ରିକ୍ସ ଦେଶଗୁଡ଼ିକୁ ସେମାନଙ୍କର ନିଜସ୍ୱ ମୁଦ୍ରାକୁ ଅଧିକ ଦୃଢ଼ ଭାବରେ ଗ୍ରହଣ କରିବାକୁ ଅଧିକ ଉତ୍ସାହିତ କରିପାରେ ବୋଲି ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking