ଭୁବନେଶ୍ୱର : ସ୍କିନ କେୟାର ରୁଟିନରେ ଟୋନର ହେଉଛି ଗୁରୁତ୍ୱପୂଣ୍ଣ । ଯାହା ବ୍ୟବହାର କରିବା ଦ୍ୱାରା ଚର୍ମର ଆଦ୍ରତା ଅକ୍ଷୁଣ୍ଣ ରହିଥାଏ । ସ୍କିନର ପିଏଚ ସ୍ତର ମଧ୍ୟ ବାଲାନ୍ସ ହୋଇ ରହିଥାଏ । ଅଧିକାଂଶ ଲୋକେ ବଜାରରୁ ଦାମିକିଆ ଟୋନର କିଣୁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହାକୁ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ । କାକୁଡି ରସରେ ମଧ୍ୟ ଆପଣ ଟୋନର ତିଆରି କରିପାରିବେ । ଯାହା ଆପଣଙ୍କ ଚର୍ମକୁ ଆଦ୍ରତା ରଖିଥାଏ । କେବଳ ଏତିକି ନୁହେଁ, ସ୍କିନକୁ ଥଣ୍ଡା ରଖିବା ପାଇଁ ଗୋଲାପ ଜଳ ମଧ୍ୟ ଟୋନର ଭଳି କାମ କରେ । ଏହା ଚର୍ମକୁ ସଫା ରଖିଥାଏ । ଆଲୋଭେରା ଜେଲ ମଧ୍ୟ ଏକ ଟୋନର ଭଳି କାମ କରେ । ଆଲୋଭେରା ସ୍କିନକୁ ନୂଆ ଗ୍ଲୋ ଦେଇଥାଏ । ତା ସହ ସ୍କିନକୁ ଥଣ୍ଡା ରଖିଥାଏ । ଏଥିରେ ଲେମ୍ବୁ ରସକୁ ମଧ୍ୟ କିଛି ପାଣି ମିଶାଇ ଏକ ଟୋନର ବ୍ୟବହାର କରିପାରିବେ । ଟମାଟୋ ରସ ସ୍କିନକୁ ସଫା ରଖିଥାଏ । ମହୁରେ ଆଣ୍ଟି ଅକ୍ସିଡାଣ୍ଟ ପାଣିରେ ଅଳ୍ପ ମହୁ ମିଶାଇ ଟୋନର ବ୍ୟବହାର କରିପାରିବେ ।










