31.1 C
Bhubaneswar
Wednesday, March 18, 2026
Homeଓଡିଶା୩ ମାଓବାଦୀଙ୍କ ଆତ୍ମସମର୍ପଣ

୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେଓ୍ବାଡା ଜିଲାରେ ୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବର୍ତ୍ତମାନ ଛତିଶଗଡ଼ ପୋଲିସ ଦ୍ୱାରା ଚାଲିଥିବା ଘରକୁ ଫେରିଆସ ଅଭିଯାନରେ ଅନୁପ୍ରାଣୀତ ହୋଇ ଏହି ତିନି ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

ଆତ୍ମସମର୍ପଣକାରୀଙ୍କ ମଧ୍ୟରୁ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ତେଲନାର ଏଲ୍‌.ଓ.ଏସ୍‌ ସଦସ୍ୟା ରାମବତୀ କୁଞ୍ଜାମ, ଦରଭା ଡିଭିଜନ ସଦସ୍ୟ ୧ ଲକ୍ଷ ଇନାମୀ ମାସେ ମାଡବି, ଓ ଜନତାନା ସରକାର ଅଧ୍ୟକ୍ଷ ଦେବା ଓରଫ ନରେଶ ଆତ୍ମସମର୍ପଣ କରିଛନ୍ତି। ଏହି ତିନିଜଣଙ୍କୁ ଛତିଶଗଡ଼ ପୋଲିସ ତରଫରୁ ୨୫ ହଜାର ଟଙ୍କା ଲେଖାଏ ଚେକ୍‌ ପ୍ରଦାନ କରାଯିବା ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ଏବଂ ପ୍ରତିମାସରେ ୧୦ ହଜାର ଟଙ୍କା ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking