30.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶଭାରସାମ୍ୟ ହରାଇ ଖାଇକୁ ଖସିଲା ଟ୍ରକ : ୧୧ ମୃତ

ଭାରସାମ୍ୟ ହରାଇ ଖାଇକୁ ଖସିଲା ଟ୍ରକ : ୧୧ ମୃତ

ନୂଆଦିଲ୍ଲୀ : କର୍ଣ୍ଣାଟକର  ଉତ୍ତର କନ୍ନଡ ଜିଲ୍ଲାରେ   ଆଦି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି ।  ଫଳ ବୋଝେଇ ଟ୍ରକ ଟି ଭାରସାମ୍ୟ ହରାଇ   ୫୦ ଫୁଟ ଗଭୀର ଖାଇକୁ ଖସି ପଡିଥିଲା ।  ଫଳ ବୋଝେଇ  ଟ୍ରକରେ ପାଖାପାଖି   ୩୦ରୁ ଅଧିକ ଲୋକ ଥିଲେ ।  ଦୁର୍ଘଟଣାରେ ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତଙ୍କର ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେଇଥିଲା। ଅନ୍ୟପକ୍ଷେ ଅନ୍ୟ ଆହତଙ୍କୁ ହୁବାଲି କିମ୍ସ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି।  ଅନ୍ୟ ଏକ ଦୁର୍ଘଟଣାରେ   କର୍ଣ୍ଣାଟକର ରାଇଚୁର ଜିଲ୍ଲାରେ   ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଉଭୟ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସରକାରଙ୍କ ଦ୍ବାରା ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking