ଅନୁଗୁଳ :ବାରଣ୍ଡାରେ ଶୋଇଥିବା ବେଳେ ଭାଇଭଉଣୀଙ୍କୁ ଗୁଳିମାଡ ହୋଇଛି । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କିଶୋରନଗର ଥାନା ଭାଗମଣ୍ଡା ଗାଁର ଘଟଣା । ୧୩ ବର୍ଷର ଝିଅ ଓ ୯ ବର୍ଶର ପୁଅ ଗୁରୁତର ଅଛନ୍ତି । ଉଭୟଙ୍କ ପେଟରେ ବାଜିଛି ଗୁଳି । ତେବେ ଗୁଳିମାଡ କାହିଁକି ହୋଇଛି ଏହାର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି ।










