ମାହାଙ୍ଗା: ମାହାଙ୍ଗା ଅଞ୍ଚଳରୁ ଆସିଛି ଏକ ବଡ ଖବର । ନିଆଁ ଲାଗି ଜଳ ପ୍ରକଳ୍ପ ଗୋଦାମ ଜଳିଯାଇଥିବା ଖବର ସାମ୍ନାକୁ ଆସିଛି । ନିଆଁ ଲିଭାଇବା ପାଇଁ ଦମକଳ ବାହିନୀ ନିଯୋଜିତ ହୋଇଥିବା ଦେଖିବାକୁ ମିଳିଛି । ତେବେ ସୂଚନା ଅନୁଯାଇ , ପାନୀୟ ଜଳ ପ୍ରକଳ୍ପ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ୧୦ ଟ୍ରକରୁ ଅଧିକ ପାଣି ପାଇପ ଜଳିଯାଇଥିବା ନେଇ ଖବର ରହିଛି । ମଧୁପୁର ସ୍ଥିତ ମେଗା ଇଞ୍ଜିନିୟରିଂ ଗୋଦାମରେ ନିଆଁ ଲାଗିଛି । ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି ।










