ଭୁବନେଶ୍ୱର: ମୁଁ ଚିଟଫଣ୍ଡ ଠକେଇର ଶିକାର ହୋଇଛି । ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ କହିଲେ ମୁଖ୍ୟମନ୍ତ୍ରୀ । ୧୯୯୦ ଓ ୨୦୦୨ ରେ ଠକେଇର ଶିକାର ହୋଇଥିଲି । ଗୋଟିଏ ସରକାରୀ ଏବଂ ଗୋଟିଏ ବେସରକାରୀ ସଂସ୍ଥା ଠକିଥିଲେ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ରେ କହିଛନ୍ତି । ପଇସା ଯୋଗାଡ଼ କରି ଦେଇଥିଲି , ହେଲେ ପରେ ଦେଖିଲି ସେ ସଂସ୍ଥା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି । ରାସ୍ତା ଏତେ ଜଟିଳ ଥିଲା ଯେ , ପଇସା ମିଳିଲା ନାହିଁ । ୧୯୮୬ ଆଇନକୁ ୨୦୧୯ ରେ ସଂଶୋଧନ କରାଯାଇଛି । ମୋଦିଙ୍କ ଦିଗ ଦର୍ଶନରେ ଏହି ସବୁ ଗଳାବାଟ ବନ୍ଦ ହୋଇଛି । ସେହିପରି ଗୌତମ କୁଣ୍ଡୁଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଚିଟଫଣ୍ଡ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିଲେ ଗୌତମ । ସିବିଆଇ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି ଗୌତମ କୁଣ୍ଡୁ । ୧୨ ହଜାର କୋଟିରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥା ମୁଖ୍ୟଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ ।