27.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶସ୍ମାର୍ଟ ଫୋନ୍ ପାଇଁ ଜୀବନ ହାରିଲା ନାବାଳକ

ସ୍ମାର୍ଟ ଫୋନ୍ ପାଇଁ ଜୀବନ ହାରିଲା ନାବାଳକ

ନୂଆଦିଲ୍ଲୀ: ସ୍ମାର୍ଟ ଫୋନ୍ ପାଇଁ ଜୀବନ ହାରିଲା ନାବାଳକ। ପୁଅର ଜନ୍ମଦିନରେ ମାଆ ସ୍ମାର୍ଟ ଫୋନ୍ ଉପହାର ଦେବାକୁ ମନା କରିବାରୁ ନାବାଳକ ପୁଅ ଜଣକ ନିଜ ଜୀବନ ହାରିଦେଇଛି। ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ ଏଭଳି ଏକ  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମିରାଜ ସହରର ଜଣେ ୧୫ ବର୍ଷୀୟ ନାବାଳକ ଡିସେମ୍ବର ୨୦ ତାରିଖରେ ନିଜ ଜନ୍ମଦିନ ପାଳିଥିଲେ। ନାବାଳକ ଜଣକ ନିଜ ଜନ୍ମଦିନରେ ନୂଆ ମୋବାଇଲ ଉପହାର ସ୍ଵରୂପ ନେବା ଲାଗି ମାଆଙ୍କୁ କହିଥିଲେ। କିନ୍ତୁ ଆର୍ଥିକ ସମସ୍ୟା କାରଣରୁ ମାଆ ବିଶ୍ଵଜିତ୍ ଙ୍କୁ ଫୋନ୍ କିଣି ଦେବାକୁ ମନା କରିଥିଲେ। ଏହି କଥାରେ ରାଗି ଯାଇଥିଲେ ବିଶ୍ଵଜିତ୍ । ଏବଂ ଶନିବାର ବିଳମ୍ବିତ ରାତିରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବାବେଳେ ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିଲେ। ବିଶ୍ଵଜିତ୍ ଙ୍କ ମୃତ୍ୟୁ​‌ରେ ପରିବାର​‌ରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking