14.1 C
Bhubaneswar
Saturday, December 6, 2025
Homeଓଡିଶାଚେକ ହେବ ରାସ୍ତା କ୍ୱାଲିଟି: ମନ୍ତ୍ରୀ

ଚେକ ହେବ ରାସ୍ତା କ୍ୱାଲିଟି: ମନ୍ତ୍ରୀ

ଭୁବନେଶ୍ୱର: ପୂର୍ତ୍ତ ବିଭାଗ ପ୍ରକଳ୍ପ ଗୁଡିକର କ୍ୱାଲିଟି ଚେକିଂ ପାଇଁ ଆସିଲା ମୋବାଇଲ ଲାବ୍ରୋଟୋରୀ ଇନ୍ସପେକ୍ସନ ୟୁନିଟ୍ । ଏହି ମୋବାଇଲ ୟୁନିଟ୍ ଭେହିକିଲକୁ ପତାକା ଦେଖାଇ ଶୁଭରମ୍ଭ କଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଣିକି ରୋଡ଼, ବିଲଡିଂ, କିମ୍ବା କଂକ୍ରିଟ ରାସ୍ତାର କ୍ୱାଲିଟି ଚେକ୍ ପାଇଁ ଆଉ ଅଧିକ ସମୟ ଅପଚୟ ହେବନାହିଁ । ଏହି ମୋବାଇଲ ୟୁନିଟ୍‌ରେ ରହିଛି ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଅଟୋମେଟିକ୍ ଏବଂ ଡିଜିଟାଲ କଂକ୍ରିଟ୍ ଟେଷ୍ଟ ହାମର, ନନ୍ ନ୍ୟୁକ୍ଲିୟର ସଏଲ୍ ଡେନ୍‌ସିଟି ଗଜ, ଡିଜିଟାଲ ରୋଡ଼ ମାର୍କିଂ ଥିକ୍ନେସ ଗଜ ଭଳି ୧୬ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ସେହି ମୋବାଇଲ ଭେହିକିଲରେ ରହିଛି । ଏହି ମୋବାଇଲ ୟୁନିଟଟ୍ ପିଛା ୫ ବର୍ଷରେ ୪ କୋଟି ୨୬ ଲକ୍ଷ ଖର୍ଚ୍ଚ କରିବେ ସରକାର । ପାଇଲଟ୍ ପ୍ରୋଜେକ୍ଟ ଭାବେ ମଙ୍ଗଲବାର ଗୋଟିଏ ମୋବାଇଲ ଭ୍ୟାନର ଶୁଭରମ୍ଭ ହୋଇଥିବା ବେଳେ ଆଗକୁ ଏହି ୟୁନିଟ୍‌ର ସଂଖ୍ୟା ବଢ଼ାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking