ଭୁବନେଶ୍ୱର : ସିବିଆଇ ଅଫିସରୁ ବାହାରିଲେ ଆଇଏଏସ ବିଷ୍ଣୁପଦଙ୍କ ଡ୍ରାଇଭର । ଜେରାକୁ ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଡ୍ରାଇଭର ନୃସିଂହ । କହିଛନ୍ତି, ସାରଙ୍କ ବାବଦରେ ସିବିଆଇ ପଚାରିଥିଲେ । ଡ୍ୟୁଟି ପରେ କେଉଁଆଡେ ଯାଆନ୍ତି , କାହା ସହ ମିଶନ୍ତି ପଚାରିଲେ । ଏହା ସହିତ ଆହୁରି ୭ ତାରିଖ ସନ୍ଧ୍ୟାରେ କେଉଁଠାରେ ଥିଲେ ସେ ବାବଦରେ ପଚାରିଥିଲେ । ମୋ ସହ ଆଉ ୨ ଡ୍ରାଇଭରଙ୍କୁ ମଧ୍ୟ ଜେରା କରିଛି ସିବିଆଇ । ସେ କହିଛନ୍ତି ମୋର କୌଣସି ସମ୍ପୃକ୍ତି ନାହିଁ ଯାହା ଜାଣିଛି କହିଛି ।