33.1 C
Bhubaneswar
Wednesday, March 25, 2026
Homeଓଡିଶାଇନଡୋର ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପାଳିତ

ଇନଡୋର ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପାଳିତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ଏବଂଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ, ଯାଜପୁର ଓ ଜିଲ୍ଲା ସ୍କୁଲ୍ ଦୁଇଟି ସ୍ଥାନରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଲୋକ ନୃତ୍ୟ, ଲୋକ ଗୀତ, ଔପଚାରିକ ବକ୍ତୃତା, ଚିତ୍ରାଙ୍କନ, ଗଳ୍ପ ଲିଖନ, କବିତା ଲିଖନ ଇତ୍ୟାଦି ବିଭାଗ ଗୁଡ଼ିକରେ ପ୍ରତିଯୋଗିତା ସମ୍ପନ୍ନ ହୋଇଅଛି। ଏହି ଯୁବ ଉତ୍ସବରେ ଜିଲ୍ଲାର ୧୫ ରୁ ୨୯ ବର୍ଷୀୟ ଯୁବକ ଯୁବତୀମାନେ ଅଂଶ ଗ୍ରହଣ କରିଥିଲେ। ଦିବା ୧୦ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ, ଜିଲ୍ଲା କ୍ରୀଡା ଅଧିକାରୀ, ଫକୀର ମୋହନ ଟୁଡୁ, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଯୁବ ଉତ୍ସବ ଉଦଘାଟିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯୁବ ଶକ୍ତି ହେଲେ ଦେଶର ଭବିଷ୍ୟତ। ଯୁବଉତ୍ସବ ମାଧ୍ୟମରେ ଯୁବକ ଯୁବତୀମାନଙ୍କର ପ୍ରତିଭାର ବିକଶିତ ହୋଇପାରିବ। ଜିଲ୍ଲା ରାଜ୍ୟ ଓ ଜାତୀୟ ସ୍ତରୀୟ ଯୁବ ଉତ୍ସବରେ କୃତିତ୍ୱ ହାସଲ କରି ଯାଜପୁର ଜିଲ୍ଲାକୁ ଗୌରବାନିତ୍ଵ କରିବାକୁ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ବରିଷ୍ଠ ଅଧିକାରୀମାନେ ଯୁବ ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏବଂ ଭାରତର ଯୁବଶକ୍ତି ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉଦଯାପନୀ ସମାରୋହ ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ୧୮ ଜଣ ଏକକ ପ୍ରତିଯୋଗୀ ଓ ୨ ଗୋଟି ସାଂସ୍କୃତିକ ଦଳ ଜିଲ୍ଲାରୁ ମନୋନୀତ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଉତ୍ସବ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ, ବିଚାରକ ମଣ୍ଡଳୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହାୟତା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking