ବରଗଡ : ବରଗଡ ପାଲଟିଲାଣି ଜୁଆଡିଙ୍କ ଆଡ୍ଡା । ଦୀର୍ଘଦିନ ପାଇଁ ହୋଟେଲରେ ଚାଲୁଥିଲା ଜୁଆ ଖେଳ । ଜନ୍ମଦିନ ପାର୍ଟି ପାଇଁ ବୁକ ହୋଇଥିଲା ରୁମ ହେଲେ ଚାଲୁଥିବା ଜୁଆ ଖେଳ କୌଣସି ସୂତ୍ରରୁ ଖବର ପାଇ ବରଗଡ ସ୍ଥିତ ଏକ ହୋଟେଲରେ ଚଢାଉ କରିଥିଲା ପୋଲିସ । ଗତକାଲି ରାତିରେ ହୋଟେଲ ମଙ୍ଗଳାମ ପାଲିସରେ ଜୁଆ ଖେଳ ଚାଲିଥିବା ବେଳେ ମାଡି ବସିଲା ପୋଲିସ । ହୋଟୋଲ ମ୍ୟାନେଜର ସମେତ ଛତିଶଗଡ ସାରଙ୍ଗଗଡ ଅଞ୍ଚଳର ୨୫ ଜଣ ଜୁଆଡିକୁ ଗିରଫ କରିଛି ପୋଲିସ ଏହାସହ ୫ଟି ୪ ଚକିଆ ଯାନ, ୬ ଲକ୍ଷ ୪୦ ହଜାର ନଗଦ ଟଙ୍କା , ୨୪ଟି ମୋବାଇଲ ସହ ୬ ପ୍ୟାକେଟ ତାସ ଜବତ କରିଛି ପୋଲିସ । ଗୋଟିଏ ଜବତ କାରରେ କଂଗ୍ରେସ ର ଚିହ୍ନ ରହିଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି କହିଛନ୍ତି ବରଗଡ ଏସଡିପିଓ ।










