17.1 C
Bhubaneswar
Saturday, December 14, 2024
Homeଦେଶ ବିଦେଶସମ୍ବିଧାନର ୭୫ ବର୍ଷ ପୂର୍ତ୍ତି: ଆଜିଠୁ ଦୁଇ ଦିନ ଚାଲିବ ମହାବିତର୍କ

ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି: ଆଜିଠୁ ଦୁଇ ଦିନ ଚାଲିବ ମହାବିତର୍କ

ନୂଆଦିଲ୍ଲୀ : ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ  ଆଜିଠୁ ଦୁଇ ଦିନ ଧରି ଚାଲିବ  ମହାବିତର୍କ । ସଂସଦରେ ସମ୍ବିଧାନରେ ହୋଇଥିବା ମହାବିତର୍କ ଆଜିଠୁ ଆରମ୍ଭ ହୋଇଛି । ଶାସକ ଦଳ ପକ୍ଷରୁ ପ୍ରଥମେ ପ୍ରତିରକ୍ଷା ମନ୍ତ୍ରୀ , ବିରୋଧୀ  ପକ୍ଷରୁ  ପ୍ରିୟଙ୍କା  ଗାନ୍ଧୀ ତର୍କ କରୁଛନ୍ତି । ଭାରତୀୟ ସମ୍ବିଧାନକୁ ୭୫  ବର୍ଷ ପୂରଣ ଅବସରରେ  ସଂସଦରେ ସମ୍ବିଧାନ ଉପରେ  ଚର୍ଚ୍ଚା ଆରମ୍ଭ ହୋଇଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ  ଲୋକସଭାରେ ନିଜର ଅଭିଭାଷଣ ରଖୁଛନ୍ତି । ସମ୍ବିଧାନ ହେଉଛି ସମାଜର ବିଭିନ୍ନ ଅଂଶ । ସାମାଜିକ, ଅର୍ଥନୈତିକ, ରାଜନୈତିକ , ସାଂସ୍କୃତିକ ୁ ସ୍ପର୍ଶ କରି ସମ୍ବିଧାନ ରାଷ୍ଟ୍ର ନିର୍ମାଣର ମାର୍ଗକୁ ସ୍ପର୍ଶ କରିଥାଏ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ଦେଶର ସମସ୍ତ ନାଗରିକ ସମ୍ବିଧାନର ସଂରକ୍ଷଣ ଭାବରେ ନ୍ୟାୟ ପାଳିକାର ଭୂମିକାକୁ ସ୍ୱୀକାର କରିଥାନ୍ତି । ଏ ସମୟରେ ସମ୍ବିଧାନକୁ ସମାନ ପ୍ରସଙ୍ଗରେ  ସେ କଂଗ୍ରସକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେପଟେ ଲୋକସଭା ସାଂସଦ ଭାବରେ ପ୍ରଥମ ଥର  ସମ୍ବିଧାନ ଉପରେ ଚର୍ଚ୍ଚା କରିଛନ୍ତି  କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ।  ବେରୋଜଗାରୀ ନିର୍ୱାଚନ ପ୍ରକ୍ରିୟା ଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking