19.1 C
Bhubaneswar
Saturday, December 27, 2025
Homeଓଡିଶାବର ଗଛରୁ ଝୁଲନ୍ତା ମୃତଦେହ  ଉଦ୍ଧାର

ବର ଗଛରୁ ଝୁଲନ୍ତା ମୃତଦେହ  ଉଦ୍ଧାର

କଳାହାଣ୍ଡି : ନାଟ୍ୟ କଳାକାରଙ୍କୁ  ମାରି  ବର ଗଛରେ ଝୁଲାଇ ଦେଲେ । ଏଭଳି ଘଟଣା ଘଟିଛି   କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା  ଅନ୍ତର୍ଗତ ଦଶପୁର ଗାଁରେ  ା  ମୃତ ଯୁବକ ଜଣଙ୍କ ହେଲେ  କୁର୍ଲୁଭଟା ଗ୍ରାମର  ଝଜସା । ଗତକାଲି ଦଶପୁର ଗାଁରେ ନାଟକ ମଞ୍ଚସ୍ଥ ହେବାର ଥିଲା। ଏଥିପାଇଁ ଝଜ ନିଜ ଟିମ୍ ସହ ନାଟକ ପରିବେଷଣ କରିବା ପାଇଁ ଦଶପୁର ଗାଁକୁ ଆସିଥିଲେ। ହେଲେ ଗାଁରେ ନାଟକ ପରିବେଷଣ ବେଳେ ତାଙ୍କର ଦେଖା ନଥିଲା। ପରେ ସକାଳେ ଏକ ବର ଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଝଜଙ୍କ କିପରି ମୃତ୍ୟୁ ଘଟିଲା, ତାହାର କାରଣ ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ଝଜ ଆତ୍ମହତ୍ୟା କରିଛନ୍ତି ନା, ତାଙ୍କୁ  କିଏ ହତ୍ୟା କରି ଗଛରେ ଝୁଲାଇ ଦେଇଛି ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking