14.1 C
Bhubaneswar
Sunday, December 28, 2025
Homeଓଡିଶାବଢୁଛି ମିଳିମିଳା ଆକ୍ରାନ୍ତଙ୍କ ସଂଖ୍ୟା

ବଢୁଛି ମିଳିମିଳା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : କୋଭିଡ ସମୟରେ କମିଛି ରୋଗପ୍ରତିରୋଧକ ଶକ୍ତି । ଏହାରି ପ୍ରଭାବରେ ମିଳିମିଳା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।  ଏବେ ରାଜ୍ୟ ବିଭିନ୍ନ ଜିଲ୍ଲାରେ ରାଜ୍ୟର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାରା ରାଜ୍ୟ ଉପରେ ନଜର ରହିଥିବା ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  ସୂଚନା ଦେଇଛନ୍ତି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପାତିଗୁଡା ଗାଁ , ଗଞ୍ଜାମ ଜିଲ୍ଲା ସୋରଡାରେ  ମିଳିମିଳା ବ୍ୟାପିଥିବାର ଖବର ଆସିବାପରେ ସ୍ୱାସ୍ଥ୍ୟ ବିଭାଗ ଏହାର ଅନୁଧ୍ୟାନ କରିଛନ୍ତି । ୩୦ ଜଣ ରୋଗୀ ଥିଲେ , ସମସ୍ତେ ଠିକ ଥିଲେ କହିଛନ୍ତି । ହେଲେ ୫ ଜଣ ଏବେ ବି  ମିଳିମିଳା ଆକ୍ରାନ୍ତ ଅଛନ୍ତି । ସେହି ଅଞ୍ଚଳ କଣ୍ଟେନମେଣ୍ଟ  ହୋଇଛି । କୋଭିଡ  ସମୟରେ ରୋଗପ୍ରତିଷେଧକ  ଶକ୍ତି କମିଛି  । ତେଣୁ ଏଥିପାଇଁ ଅଧିକ ମିଳିମିଳା ବ୍ୟାପୁଛି ବୋଲି ପ୍ରାଥମିକ ସ୍ତରରେ ଜଣାପଡିଛି । ପୁରୀ ଜିଲ୍ଲାରେ ମିଳିମିଳା ମାମଲା  ସାମ୍ନାକୁ ଆସିଛି । ଯାହାକୁ ନେଇ ଅନୁଧ୍ୟାନ କରାଯାଉଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking