26.1 C
Bhubaneswar
Wednesday, March 25, 2026
Homeଓଡିଶା୭ମାସର ଗର୍ଭବତୀଙ୍କୁ ଗୁଳି କରି ହତ୍ୟା

୭ମାସର ଗର୍ଭବତୀଙ୍କୁ ଗୁଳି କରି ହତ୍ୟା

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ବଣାଇର  ଟିକାୟତପାଲି ଥାନା  ଝିର୍ଡାପାଲିରେ  ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି ।  ଗତକାଲି ବିଳମ୍ବିତ ରାତିରେ  କିଛି  ଦୁର୍ବୃତ୍ତ  ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି ।  ମୃତ ମହିଳାଙ୍କ ନାଁ  ସୀମାମାୟୀ ବେହେରା । ସେ ୭ ମାସର ଗର୍ଭବତୀ ଥିଲେ । ମୃତ ମହିଳାଙ୍କ ପରିବାର ଅଭିଯୋଗ ଅନୁଯାୟୀ ଗତକାଲି ରାତି ପ୍ରାୟ ୧୨ଟା ୫୦ ରେ   କବାଟ ବାଡେଇଥିଲେ । ତାପରେ ସୀମା କବାଟ ଖୋଲିଥିଲେ । ସେ କବାଟ ଖୋଲିବା ମାତ୍ରେ ଦୁର୍ବୃତ୍ତମାନେ  ଜୋରଜବରଦସ୍ତି ତାଙ୍କ ବେକରୁ ଚେନ ଛଡାଇ ନେଇଥିଲେ । ତାପରେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣେ ସୀମା ଉପରକୁ ଗୁଳି କରିଥିଲେ ।   ଏହାପରେ ସେମାନେ ସ୍ଥାନ ଛାଡି ପଳାଇଥିଲେ ।   ପରିବାର ଲୋକେ ତାଙ୍କୁ ବଣାଇ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଡାକ୍ତରଖାନା ପହଞ୍ଚିବା ପୂର୍ୱରୁ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଏହାର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking