ରାଜସ୍ଥାନ : ରାଜସ୍ଥାନରୁ ଆସିଛି ଦୁଃଖଦ ଖବର । ୧୪୭ ଫୁଟ ଗଭୀର ବୋରୱେଲରେ ସୋମବାରରୁ ଫସିରହିଥିଲା ୫ ବର୍ଷର ଶିଶୁ । ଶିଶୁକୁ ଉଦ୍ଧାର ପାଇଁ ଅପେରେସନ ଜାରି ରହିଥିଲାି । ବୋରୱେଲରେ ଜଳସ୍ତର ବଢି ଯାଇଥିବାରୁ ଶିଶୁକୁ ଉଦ୍ଧାର କିପରି କରାଯିବ ତାକୁ ନେଇ ଚିନ୍ତାରେ ଥିଲେ ଉଦ୍ଧାରକାରୀ ଦଳ । ଏନଡିଆରଏଫ ପକ୍ଷରୁ ଉଦ୍ଧାର କାଯ୍ୟ ଜାରି ରହିଥିବା ବେଳେ ମଙ୍ଗଳବାର ମନ୍ତ୍ରୀ କିରୋରିଲାଲ ମିନା ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ମଙ୍ଗଳବାର ରାତି ସୁଦ୍ଧା ୬ଟି ପ୍ରୟାସ କରାଯାଇଥିଲା । ସେପଟେ ପାଇଲିଂ ମେସିନରେ ଖୋଳାଖୋଳି ଆରମ୍ଭ କରିଥିଲେ । ହେଲେ ଫେଲ ମାରିଲା ଅପରେସନ । ଆଖିବୁଜିଲା ଆରୟାନ । ୫୬ ଘଣ୍ଟା ପରେ ହୁକ ଜରିଆରେ ମୃତଦେହ ବାହାରିଲା ।