28.1 C
Bhubaneswar
Sunday, March 29, 2026
Homeଓଡିଶାରାଜ୍ୟର ପାଇପ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମୀକ୍ଷା

ରାଜ୍ୟର ପାଇପ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମୀକ୍ଷା

*ତ୍ୱରିତ ଗତିରେ ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବା ପାଇଁ ନିର୍ଦ୍ଦେଶ*

ଭୁବନେଶ୍ୱର : ରାଜ୍ୟରେ ପାଇପ ଜଳଯୋଗାଣର କାର୍ଯ୍ୟକାରିତା ନେଇ ଆଜି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ନାଏକ କହିଲେ ଯେ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ରାଜ୍ୟ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ । ପୂର୍ବରୁ ବିଭିନ୍ନ କାରଣ ନେଇ ମେଗା ପାଇପ ଜଳ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହୋଇଛି । ତେଣୁ ଏହି ସମସ୍ୟାର ସମାଧାନ ସହ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅନେକ ସମୟରେ ଦେଖାଯାଇଛି ଯେ ବିଭିନ୍ନ ବିଭାଗ ସହିତ ସମନ୍ୱୟ ଅଭାବରୁ କାର୍ଯ୍ୟ ଠିକ୍‌ ଭାବେ ଆଗେଇ ପାରୁନାହିଁ । ଏଥି ପ୍ରତି ଦୃଷ୍ଟି ଦେବା ସହ ଜମି ଅଧିଗ୍ରହଣ, ଜଙ୍ଗଲ ଜମି ହସ୍ତାନ୍ତର, ଡିପିଆର୍‌ ପ୍ରସ୍ତୁତି ଏବଂ ଜାତୀୟ ରାଜପଥ ପ୍ରାଧିକରଣ, ଶକ୍ତି ବିଭାଗ, ଟିପିସିିଓଡିଏଲ୍‌, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ପୂର୍ତ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ବୈଠକରେ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍‌.ଏନ୍‌., ପାନୀୟ ଜଳ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ବିନୀତ ଭରଦ୍ୱାଜ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପର ସଫଳ ରୂପାୟନ ସହ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ତତ୍ପର ହୋଇ କାର୍ଯ୍ୟ କରିବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking