31.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଖୋଲିଲା ରହସ୍ୟ; ଜାଣନ୍ତୁ ସମୁଦ୍ରରେ ସୃଷ୍ଟି ଏହି ବିଶାଳ ଗର୍ତ୍ତ ପଛର ସତ

ଖୋଲିଲା ରହସ୍ୟ; ଜାଣନ୍ତୁ ସମୁଦ୍ରରେ ସୃଷ୍ଟି ଏହି ବିଶାଳ ଗର୍ତ୍ତ ପଛର ସତ

ଲଣ୍ଡନ : ଆମର ଏ ବିଶାଳ ପୃଥିବୀରେ ଅନେକ ରହସ୍ୟ ଭରି ରହିଛି। ସମୁଦ୍ରର ରହସ୍ୟ ତ ଏମିତି ଅଛି ଯେ, ଏହା ବୈଜ୍ଞାନିକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଛି। ଏମିତି ହିଁ ଏକ ରହସ୍ୟ ଭାରତ ନିକଟରେ ଥିବା ଭାରତ ମହାସାଗର ଭିତରେ ରହିଛି। ଏଠାରେ ପାଣି ଭିତରେ ଏକ ବିଶାଳ ଗର୍ତ୍ତ ଥିବାର ନଜର ଆସିଛି। ଏହା ଏକ ବିଶାଳ ମହାସାଗରୀୟ କ୍ଷେତ୍ର, ଯେଉଁଠି ସମୁଦ୍ରରେ ଅନ୍ୟ ସ୍ଥାନ ତୁଳନାରେ ସମୁଦ୍ରର ସ୍ତର ୩୪୮ ଫୁଟ (୧୦୬ ମିଟର) କମ୍ ଅଛି। ୧୯୪୮ରେ ଆବିଷ୍କୃତ ଏହି ରହସ୍ୟମୟ ଗର୍ତ୍ତକୁ ବୈଜ୍ଞାନିକମାନେ ଗ୍ରାଭିଟି ହୋଲ୍ ନାମ ଦେଇଛନ୍ତି। ଏହାର ଉତ୍ପତ୍ତି ଆଜି ଯାଏ ରହସ୍ୟପୂର୍ଣ୍ଣ ହୋଇ ରହିଥିଲା, କିନ୍ତୁ ଏବେ ଏଥିରୁ ପରଦା ହଟିଛି।

ସମୁଦ୍ରରେ ପାଣି ଭିତରେ ଥିବା ଏହି ବିଶାଳକାୟ ଗର୍ତ୍ତ ପ୍ରକୃତିର ଏକ ନିଆରା ସୃଷ୍ଟି, ଯାହା ୩୧ଲକ୍ଷ ବର୍ଗ କିଲୋମିଟର କ୍ଷେତ୍ରରେ ବ୍ୟାପି ରହିଛି। ଏହି ସାମୁଦ୍ରିକ କ୍ଷେତ୍ର ଭାରତର ଦକ୍ଷିଣ-ପଶ୍ଚିମରେ ୧୨୦୦ କିଲୋମିଟରର ଦୂରତାରେ ରହିଛି। ସମୁଦ୍ର ମଧ୍ୟରେ ଥିବା ଏହି ରହସ୍ୟମୟ ଗର୍ତ୍ତକୁ ପାତାଳ ଦ୍ୱାର ମଧ୍ୟ କୁହାଯାଉଛି। ହେଲେ ବୈଜ୍ଞାନିକଙ୍କ କହିବାନୁସାରେ, ଏହି କ୍ଷେତ୍ରରେ ମାଧ୍ୟାକର୍ଷଣ ଶକ୍ତି ଏତେ ଦୁର୍ବଳ ଯେ ପାଣିର ସ୍ତର ଅନ୍ୟ ଭାଗ ତୁଳନାରେ ତଳକୁ ଚାଲି ଯାଇଛି। ଏହାର ଆବିଷ୍କାର ପର ଠାରୁ ବୈଜ୍ଞାନିକ ଏହାର ଉତ୍ପତ୍ତିକୁ ବୁଝିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏହାର ଉତ୍ତର ୨୦୨୩ରେ ମିଳିଥିଲା। ଜିୟୋଫିଜିକାଲ ରିସର୍ଚ୍ଚ ଲେଟର୍ସ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ଏହି କ୍ଷେତ୍ରର ଉତ୍ପତ୍ତି ୧୪ କୋଟି ବର୍ଷ ପୂର୍ବେ ହୋଇଥିଲା।

ଅଧ୍ୟୟନକାରୀ ମାନେ ପୃଥିବୀର ମେଣ୍ଟଲ ଓ ଟେକ୍ନୋନିକ ପ୍ଲେଟ୍ସ ଗତିକୁ ବୁଝିବା ପାଇଁ ୧୯ଟି କମ୍ପ୍ୟୁଟର ମଡେଲର ବ୍ୟବହାର କରିଥିଲେ। ଅଧ୍ୟୟନରେ ଜଣାପଡ଼ିଛି ଯେ, ଏହାର ସୃଷ୍ଟି ପଛରେ ଟେଥିଜ୍ ସାଗର ଅଛି , ଯାହା ଏବେ ବିଲୀନ ହୋଇ ଯାଇଛି। ଏଥିରେ କୁହାଯାଇଛି ଯେ, ଭାରତ ମହାସାଗରର ରହସ୍ୟମୟ ଗ୍ରାଭିଟି ହୋଲ୍‌ର ତିଆରି ଟେଥିଜ୍ ସାଗରର ମୃତ୍ୟୁ ପରେ ତିଆରି ହୋଇଛି। ଟେଥିଜ୍ ସାଗର ପୃଥିବୀର ଭୂତଳ ( କ୍ରଷ୍ଟ)ରେ ଥିଲା, କିନ୍ତୁ ୧୮କୋଟି ବର୍ଷ ପୂର୍ବେ ଗୋଣ୍ଡୱାନା ଭାଙ୍ଗିବା ବେଳେ ଏହି ୟୁରେସିୟନ ପ୍ଲେଟ୍‌ର ତଳେ ଦବି ଗଲା। ଏହିପରି କ୍ରଷ୍ଟର ଖଣ୍ଡ ମେଣ୍ଟଲର ତଳେ ବୁଡ଼ି ଗଲା। ଗୋଣ୍ଡୱାନା ଏକ ପ୍ରାଚୀନ ମହାଦ୍ୱୀପ ଥିଲା , ଯାହା ୧୮ କୋଟି ବର୍ଷ ପୂର୍ବେ ଭାଙ୍ଗି ଯାଇ ଥିଲା। ବର୍ତ୍ତମାନ ଆଫ୍ରିକା , ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ , ଆଣ୍ଟାର୍କଟିକା , ଭାରତୀୟ ଉପମହାଦ୍ୱୀପ ଓ ଆରବ ଉପଦ୍ୱୀପ ଏହାର ହିଁ ଅଂଶ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking