କଟକ: ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ ଜେଲଦଣ୍ଡ । ଜୀ୍ୱନର ଶେଷ ପର୍ଯ୍ୟନ୍ତ ଜେଲରେ ରହିବ ଦୋଷୀ ବିକ୍ରମ ମାହୁନ୍ତ । କଟକ ସ୍ୱତନ୍ତ୍ର ପୋକସୋ ଅଦାଲତଙ୍କ ରାୟ । ଆଜୀବନ ଜେଲଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା । ୨୦୨୩ ଫେବୃଆରୀ ୫ ରେ ଘଟିଥିଲା ଦୁଷ୍କର୍ମ ଘଟଣା । କାନପୁର ଥାନା ଅଞ୍ଚଳରେ ହୋଇଥିଲା ଦୁଷ୍କର୍ମ । ୧୧ ବର୍ଷର ନାବାଳିକା ରାତିରେ ଘର ବାହାରକୁ ମଳତ୍ୟାଗ ପାଇଁ ଯାଇଥିଲା । ଦୋଷୀ ପିଡିତାକୁ ନିକଟସ୍ଥ ମୁଣ୍ଡିଆ ପାହାଡ଼କୁ ଟେକି ନେଇଥିଲା। ଧର୍ଷଣ ପରେ ଠେଲି ଦେବାରୁ ପିଡିତା ଆହତ ମଧ୍ୟ ହୋଇଥିଲା । ଆଇପିସିର ଧାରା ୩୭୬(ଏବି) ଓ ପୋକସୋ ଆକ୍ଟ ଧାରା ୬ , ୧୬ ଜଣ ସାକ୍ଷୀ ଓ ୧୩ ଟି ତଥ୍ୟ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କଲେ କୋର୍ଟ। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ।