ରାଜସ୍ଥାନ : ରାଜସ୍ଥାନ ଆବୁ ପର୍ବତରେ ଘଟିଥିବା ଏହି ଭୟଙ୍କର ଘଟଣା ଲୋକଙ୍କୁ ଚକିତ କରି ଦେଇଛି । ଶୁକ୍ରବାର ସକାଳେ ଆବୁ ପର୍ବତରେ ଏକ ଚିତାବାଘ ଘରେ ପଶି ଏକ ଗୃହ ପାଳିତ କୁକୁର ଉପରେ ଆକ୍ରମଣ କରିଥିଲା । ଏ ସମ୍ପୁର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଚିତାବାଘ ଜଙ୍ଗଲରୁ ବାହାରି ଏକ ଜନବହୁଳ ଅଞ୍ଚଳରେ ଏକ ଗେଷ୍ଟ ହାଉସରେ ପ୍ରବେଶ କରିଥିଲା । ସେଠାରେ ପହଞ୍ଚିବା ମାତ୍ରେ ଘରେ ଥିବା ପୋଷା କୁକୁର ଉପରେ ଆକ୍ରମଣ କରିଥିଲା । କିନ୍ତୁ କିଛି ସମୟ ପରେ ଚିତାବାଘ କୁକୁରକୁ ଛାଡି ପଳାଇଲା । ଦୃଶ୍ୟଟି ଅତ୍ୟନ୍ତ ଭୟାନକ ଥିଲା । ଘରେ ଥିବା ଲୋକମାନେ ଭୟଭୀତ ହୋଇଥିଲେ । ଘଟଣା ସ୍ଥଳରେ କୁକୁରଟିର କୌଣସି କ୍ଷତି ହୋଇନଥିଲ।। ଘଟଣାଟି ଶୁକ୍ରବାର ପ୍ରାୟ ୯ଟା ସମୟରେ ଘଟିଥିଲା । ସ୍ଥାନୀୟ ଲୋକେ କହିଛନ୍ତି, ଏଭଳି ପରିବେଶରେ ସତର୍କ ରହିବା ଆବଶ୍ୟକ । ଆବୁ ପର୍ବତ ଏବଂ ଏହାର ଆଖପାଖ ଅଞ୍ଚଳରେ ବଣୁଆ ଜନ୍ତୁ ଯୋଗୁଁ ଲୋକମାନେ ଭୟଭୀତ ହେଉଛନ୍ତି ।