30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶ୨୦୫୧ ସୁଦ୍ଧା ମୁମ୍ବାଇରେ ହିନ୍ଦୁ ଜନସଂଖ୍ୟା ୫୪%କୁ ହ୍ରାସ ପାଇବ: ରିପୋର୍ଟ

୨୦୫୧ ସୁଦ୍ଧା ମୁମ୍ବାଇରେ ହିନ୍ଦୁ ଜନସଂଖ୍ୟା ୫୪%କୁ ହ୍ରାସ ପାଇବ: ରିପୋର୍ଟ

ମୁମ୍ବାଇ: ୨୦୫୧ ସୁଦ୍ଧା ମୁମ୍ବାଇରେ ହିନ୍ଦୁ ଜନସଂଖ୍ୟା ପ୍ରାୟ ୫୪%କୁ ହ୍ରାସ ପାଇବ। ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚିନ୍ତାବ୍ୟକ୍ତ କରାଯାଇଛି। ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନସେସ୍ (ଟିଆଇଏସ୍‌ଏସ୍‌)ର ଏକ ରିପୋର୍ଟରେ ଏଭଳି କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଟିଆଇଏସ୍‌ଏସ୍ ରିପୋର୍ଟ ଅନୁଯାୟୀ, ପଡୋଶୀ ଦେଶଗୁଡ଼ିକରୁ ମୁସଲମାନ ଅନୁପ୍ରବେଶକାରୀଙ୍କ ଯୋଗୁଁ ମୁମ୍ବାଇର ଜନସଂଖ୍ୟା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାହିଁ ଆଗାମୀ କିଛି ବର୍ଷ ମଧ୍ୟରେ ମୁମ୍ବାଇରେ ହିନ୍ଦୁ ଜନସଂଖ୍ୟା ହ୍ରାସ ପାଇବା ଭଳି ଆଶଙ୍କାକୁ ଦ୍ୱିଗୁଣିତ କରିଦେଇଛି।

ମୁମ୍ବାଇରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଜନସଂଖ୍ୟାରେ ହେଉଥିବା ପରିବର୍ତ୍ତନକୁ ଏହି ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି। ଏଥିରେ ୨୦୫୧ ସୁଦ୍ଧା ହିନ୍ଦୁ ଜନସଂଖ୍ୟା ୫୪%ରୁ କମ୍‌, ମୁସଲମାନ ଜନସଂଖ୍ୟା ୩୦%କୁ ବୃଦ୍ଧି ପାଇବ ବୋଲି ଦର୍ଶାଯାଇଛି। ଟିଆଇଏସ୍‌ଏସର ଅଧ୍ୟୟନ ଅନୁଯାୟୀ, ବାଂଲାଦେଶୀ ଏବଂ ମିଆଁମାରର ରୋହିଙ୍ଗ୍ୟା ମୁସଲମାନମାନେ ମହାରାଷ୍ଟ୍ରର ରାଜନୀତିକୁ ପ୍ରଭାବିତ କରୁଛନ୍ତି। ୧୯୬୧ରେ ମହାରାଷ୍ଟ୍ରରେ ହିନ୍ଦୁଙ୍କ ସଂଖ୍ୟା ୮୮% ରହିଥିବା ବେଳେ ୨୦୧୧ ଜନଗଣନା ପରେ ଏଠାରେ ହିନ୍ଦୁଙ୍କ ସଂଖ୍ୟା ୬୬%କୁ ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା। ୨୦୨୧ରେ ଜନଗଣନା ହୋଇନଥିଲେ ମଧ୍ୟ ବର୍ତ୍ତମାନ ସମୟରେ ହିନ୍ଦୁଙ୍କ ସଂଖ୍ୟା ଆହୁରି ହ୍ରାସ ପାଇଥିବା ନେଇ ଆଶଙ୍କା କରାଯାଉଛି। ବାସ୍ତବରେ ଅନୁପ୍ରବେଶକାରୀ ମୁସଲିମ୍‌ଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହି ହାରରେ ହିନ୍ଦୁଙ୍କ ସଂଖ୍ୟା ସୀମିତ ହେବାରେ ଲାଗିଛି। ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଏମାନେ ବାହାର ଦେଶରୁ ଭାରତକୁ ଅନୁପ୍ରବେଶକାରୀ ଭାବେ ଆସିଥିଲେ ମଧ୍ୟ ଏବେ ମହାରାଷ୍ଟ୍ର ରାଜନୀତିରେ ନିଜର ଆଗ୍ରହ ଦେଖାଉଛନ୍ତି। ଆଗାମୀ ଦିନରେ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଏହି ବାଂଲାଦେଶୀ ତଥା ରୋହିଙ୍ଗ୍ୟା ଶରଣାର୍ଥୀ ଚିନ୍ତାର କାରଣ ସାଜିବେ ବୋଲି ଅନୁମାନ କରାଯାଉଛି।

ପ୍ରକାଶ, କେତେକ ରାଜନୈତିକ ଅନୁଷ୍ଠାନ ବେଆଇନ ପ୍ରବାସୀଙ୍କୁ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ବ୍ୟବହାର କରୁଛନ୍ତି, ଯାହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ। ଭୋଟର ପଞ୍ଜୀକରଣରେ ମଧ୍ୟ ହେରଫେର କରାଯାଉଛି। ବେଆଇନ ପ୍ରବାସୀମାନେ ନକଲି ଭୋଟର ପରିଚୟପତ୍ର ହାସଲ କରୁଥିବା ଅଭିଯୋଗ ହେଉଥିବା ବେଳେ ନିର୍ବାଚନୀ ନିରପେକ୍ଷତା ଏବଂ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାର ଅଖଣ୍ଡତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking