32.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ, ୧୫ ଆହତ

ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ, ୧୫ ଆହତ

କୋଲକତା: ସାଲିମାର-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍ ଶନିବାର ସକାଳୁ ଲାଇନଚ୍ୟୁତ ହୋଇଛି। ହାୱଡ଼ା ନାଲପୁର ଷ୍ଟେଶନ ନିକଟରେ ଏହି ଅଘଟଣ ଘଟିଥିବା ବେଳେ ଏଥିରେ ୧୫ଜଣ ଆହତ ହୋଇଥିବା ବେଳେ ମୃତକଙ୍କ ସମ୍ପର୍କରେ କିଛି ବି ସୂଚନା ମିଳିନାହିଁ। ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା କୁହାଯାଉଛି। ଟ୍ରେନର ଗୋଟିଏ ପାର୍ସଲ କୋଚ୍ ଏବଂ ୨ଟି ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନଟି ଏକ ନମ୍ବର ଲାଇନରୁ ଖସିଯାଇ ୨ ନଂ ଲାଇନକୁ ମାଡିଯାଇଛି। ଅନ୍ୟପକ୍ଷେ ଏହି ଦୁର୍ଘଟଣା ପାଇଁ ହେଲପ ଲାଇନ ନଂ ଜାରି କରାଯାଇଛି। ଖଡଗପୁର ଷ୍ଟେଶନ ପକ୍ଷରୁ ହେଲପ ଲାଇନ ନଂ- ୬୩୭୬୪ ଏବଂ ନଂ ୦୩୨୨୨୯-୩୭୬୪ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking