21.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶମୁଦା ଦୁର୍ନୀତି: ସିଦ୍ଦରମୈୟାଙ୍କୁ ଲୋକାୟୁକ୍ତ ସମନ୍

ମୁଦା ଦୁର୍ନୀତି: ସିଦ୍ଦରମୈୟାଙ୍କୁ ଲୋକାୟୁକ୍ତ ସମନ୍

ବେଙ୍ଗାଲୁରୁ : ମହୀଶୂର ଅର୍ବାନ ଡେଭଲପମେଣ୍ଟ ଅଥରିଟି (ମୁଦା) ଦୁର୍ନୀତି ଘଟଣାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମସ୍ୟା ତୁଟିବାର ନା ଧରୁନି। ଏବେ ସିଦ୍ଧରମୈୟାଙ୍କୁ ରାଜ୍ୟ ଲୋକାୟୁକ୍ତଙ୍କ ପକ୍ଷରୁ ସମନ୍ କରାଯାଇଛି। ମହୀଶୂର ଜମି ଆବଣ୍ଟନ ମାମଲାରେ ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ସମନ୍ କରିଛି ଦୁର୍ନୀତି ନିରୋଧୀ ସଂସ୍ଥା। ଏଥିରେ ତାଙ୍କୁ ବୁଧବାର ଅର୍ଥାତ୍ ଆସନ୍ତା ୬ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକାୟୁକ୍ତଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା କରିବାକୁ ଅନୁମତି ଦେବା ରାଜ୍ୟପାଳଙ୍କ ଅଧିକାର ମଧ୍ୟରେ ଅଛି ବୋଲି ଅଦାଲତ ଘୋଷଣା କରିବା ପରେ ଏହି ସମନ ଜାରି କରାଯାଇଛି। ସ୍ୱତନ୍ତ୍ର ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଲୋକାୟୁକ୍ତ ଏକ ଏତଲା ଦାୟର କରିସାରିଛନ୍ତି। ପୂର୍ବରୁ ସିଦ୍ଧରମୈୟାଙ୍କ ପତ୍ନୀ, ଶାଳକ ଏବଂ ଦେବରାଜୁଙ୍କୁ ଏହି ଘଟଣାରେ ଜେରା କରାଯାଇସାରିଛି।
ପ୍ରକାଶ, ଦେବରାଜୁଙ୍କ ଠାରୁ ସିଦ୍ଧରମୈୟାଙ୍କ ଶାଳକ ପ୍ରଥମେ ଗୋଟିଏ ୩.୧୬ ଏକର ପରିମିତ ପ୍ଲଟ୍ କିଣିଥିଲେ। ଏହାପରେ ଏହାକୁ ନିଜ ଭଉଣୀ ପାର୍ବତୀଙ୍କୁ ଉପହାର ଆକାରରେ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ଜମିକୁ ମୁଦା ବିକାଶମୂଳକ କାର୍ଯ୍ୟ ପାଇଁ ଅଧିଗ୍ରହଣ କରିଥିଲା। ତେବେ ପାର୍ବତୀ ଏନେଇ ମୁଦା ଠାରୁ କ୍ଷତିପୂରଣ ମାଗିଥିଲେ। ଯାହାଫଳରେ ମୁଦ୍ଦା ପକ୍ଷରୁ ପାର୍ବତୀଙ୍କୁ ବିଜୟନଗର ଫେଜ ୩ରୁ ୪ରେ ଏହି ୧୪ଟି ପ୍ଲଟ ମିଳିଥିଲା। ଏସବୁ ପ୍ଲଟ୍‌ର ମୂଲ୍ୟ ଯଥେଷ୍ଟ ଅଧିକ ରହିଥିଲା ବୋଲି ପରବର୍ତ୍ତୀ ସମୟରେ ଜଣାପଡିଥିଲା, ଯାହାକୁ ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ସିଦ୍ଦରମୈୟାଙ୍କ ବିରୋଧରେ ଇଡି ଓ ଲୋକାୟୁକ୍ତ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking