18.1 C
Bhubaneswar
Sunday, January 5, 2025
Homeଦେଶ ବିଦେଶଅବଦୁଲ ରହିମ ରାଥର ଜମ୍ମୁ-କଶ୍ମୀର ବିଧାନସଭା ବାଚସ୍ପତି ନିର୍ବାଚିତ

ଅବଦୁଲ ରହିମ ରାଥର ଜମ୍ମୁ-କଶ୍ମୀର ବିଧାନସଭା ବାଚସ୍ପତି ନିର୍ବାଚିତ

ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅର୍ଥାତ୍ ଦୀର୍ଘ ୬ ବର୍ଷ ପରେ ଜମ୍ମୁ-କାଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି। ଶେଷ ବୈଠକ ୨୦୧୮ରେ ଅନୁଷ୍ଠିତ ହୋଇଥିଲା। ତେବେ ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଜମ୍ମୁ କାଶ୍ମୀର ବିଧାନସଭା ଗୃହରେ ବ୍ୟାପକ ହଙ୍ଗାମା ଦେଖିବାକୁ ମିଳିଛି। ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ଆଳ କରି ଶାସକ-ବିରୋଧୀଙ୍କ ମଧ୍ୟ ତୀବ୍ର ହୋହଲ୍ଲା ହୋଇଛି, ଯାହାଫଳରେ ଗୃହରେ ସାମୟିକ ମୁଲତବୀ ମଧ୍ୟ ଘୋଷଣା କରିବାକୁ ପଡିଛି। ଜମ୍ମୁ-କାଶ୍ମୀରରୁ ୨୦୧୯ ଅଗଷ୍ଟ ୫ରେ ଉଚ୍ଛେଦ ହୋଇଥିବା ଧାରା ୩୭୦କୁ ନେଇ ଗୃହରେ ପିଡିପି ଓ ବିଜେପି ବିଧାୟକ ମୁହାଁମୁହିଁ ହୋଇଛନ୍ତି।
ରିପୋର୍ଟ ଅନୁସାରେ ଅଧିବେଶନର ପ୍ରଥମ ଦିନରେ ପିଡିପି ବିଧାୟକ ୱାହିଦ ପାରା ଗୃହରେ ଧାରା ୩୭୦ ଉଚ୍ଛେଦ ବିରୋଧରେ ଗୋଟିଏ ପ୍ରସ୍ତାବ ଆଗତ କରିଥିଲେ। ଜମ୍ମୁ କାଶ୍ମୀରରେ ପୁଣିଥରେ ଏହାକୁ ଲାଗୁ କରିବାକୁ ସେ ଦାବି କରିଥିଲେ। କିନ୍ତୁ ବିଜେପି ବିଧାୟକମାନେ ଏପରି ପ୍ରସ୍ତାବକୁ ଜୋରଦାର ବିରୋଧ କରିଥିଲେ ଏବଂ ୱାହିଦ୍‌ଙ୍କୁ ଗୃହରୁ ନିଲମ୍ବିତ କରିବାକୁ ଦାବିରେ ହଙ୍ଗାମା ଆରମ୍ଭ କରିଦେଇଥିଲେ। ଅନ୍ୟପକ୍ଷେ ପିଡିପି ବିଧାୟକମାନେ ନିଜ ପ୍ରସ୍ତାବ ଜିଦ୍‌ରେ ଅଡିବସିଥିଲେ ଏବଂ ବିଜେପି ବିଧାୟକଙ୍କ ସହ ମୁହାଁମୁହିଁ ପରିସ୍ଥିତିକୁ ଚାଲିଆସିଥିଲେ। ଫଳରେ ଗୃହରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା। ଶେଷରେ ମାର୍ଶଲ ଆସି ଉଭୟ ପକ୍ଷଙ୍କୁ ଶାନ୍ତ କରାଇବାକୁ ଚେଷ୍ଟା କରିଥିଲେ। ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପିଡିପିର ଏପ୍ରକାର ପ୍ରସ୍ତାବ ଆଗତ ସମ୍ପର୍କରେ ପୂର୍ବରୁ ଜାଣିଥିବା କହିଛନ୍ତି। ସେ କହିଛନ୍ତି, “ବାସ୍ତବ କଥା ହେଲା ଜମ୍ମୁ-କାଶ୍ମୀରର ଲୋକମାନେ ଧାରା ୩୭୦ ଉପରେ ହୋଇଥିବା ନିଷ୍ପତ୍ତିକୁ ଗ୍ରହଣ କରିପାରୁନାହାନ୍ତି। ଯଦି ସେମାନେ ଏହାକୁ ଗ୍ରହଣ କରିଥାଆନ୍ତେ, ତା’ହେଲେ ଫଳାଫଳ ଆଜି ଏମିତି ହୋଇ ନଥାଆନ୍ତା।”
ଅନ୍ୟପକ୍ଷେ ବିଧାନସଭା ନିୟମ ଅନୁସାରେ, ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଗୃହରେ ବାଚସ୍ପତି ନିର୍ବାଚନ ହୋଇଥିଲା। ଏଥିରେ କ୍ଷମତାସୀନ ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି)ର ବରିଷ୍ଠ ନେତା ତଥା ୭ଥର ବିଧାୟକ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ଅର୍ଥମନ୍ତ୍ରୀ ତଥା ଚାର-ଇ-ସରିଫ ବିଧାୟକ ରହିମ ରାଥର୍ ବହୁମତ ଆଧାରରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ରାଥର ପୂର୍ବରୁ ଜମ୍ମୁ କଶ୍ମୀର ବିଧାନସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିସାରିଛନ୍ତି। ସେ ୨୦୦୨ରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାରେ ବିରୋଧୀ ଦଳର ନେତା ମଧ୍ୟ ଥିଲେ, ସେତେବେଳେ ରାଜ୍ୟରେ ଏକ ପିଡିପି ଏବଂ କଂଗ୍ରେସ ମିଳିତ ସରକାର ରହିଥିଲେ। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ପ୍ରୋଟେମ ସ୍ପିକର ଭାବେ ଦାୟିତ୍ୱ ନିର୍ବାହ କରିଆସୁଥିବା ମୁବାରକ ଗୁଲ ରହିମ୍ ରାଥର୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking