31.1 C
Bhubaneswar
Wednesday, March 25, 2026
Homeଓଡିଶାଆସନ୍ତାକାଲି ଅପରାହ୍ନରୁ ଭୁବନେଶ୍ୱରରୁ ବିମାନ ଉଡାଣ ବନ୍ଦ

ଆସନ୍ତାକାଲି ଅପରାହ୍ନରୁ ଭୁବନେଶ୍ୱରରୁ ବିମାନ ଉଡାଣ ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ଅପରାହ୍ନ ୫ଟା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କୌଣସି ବିମାନ ଉଡି ପାରିବ ନାହିଁ। ଏପରିକି ଆସିପାରିବ ନାହିଁ। ଏହି ନିର୍ଦ୍ଦେଶନାମା ୨୫ ତାରିଖ ଅର୍ଥାତ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିଛି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ(ଏଏଆଇ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ବାତ୍ୟା ‘ଦାନା’ ପାଇଁ ଏଏଆଇ ଏପରି ନିଷ୍ପତ୍ତି ନେଇଛନ୍ତି। ବାତ୍ୟା ‘ଦାନା’ ଧିରେ ଧିରେ ଉଗ୍ର ରୂପ ଧାରଣ କରୁଛି। ଏବେ ଦାନା ପାରାଦୀପଠାରୁ ୪୫୦ କିମି ଦୂରରେ ରହିଛି। ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ବାତ୍ୟା ଧାମରାରୁ ଭିତରକନିକା ଦେଇ ଅତିକ୍ରମ କରିବ। ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିବାର ସମ୍ଭାବନା ରହିଛି। ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ରହିବ। ତେଣୁ ପ୍ରଶାସନ ତରଫରୁ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ବାତ୍ୟା ଆଶ୍ରୟ ସ୍ଥଳରେ ସମସ୍ତଙ୍କୁ ରହିବାର ବ୍ୟବସ୍ଥା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking