27.1 C
Bhubaneswar
Wednesday, October 23, 2024
Homeଓଡିଶା୨୦୨୪-୨୫ ପାଇଁ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି

୨୦୨୪-୨୫ ପାଇଁ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି

ଭୁବନେଶ୍ୱର : ସାମ୍ଭାବ୍ୟ ବାତ୍ୟା ଦାନା ଉଗ୍ର ରୂପର ନେବାର ଆଶଙ୍କା ରହିଛି । ବାତ୍ୟା ଓଡିଶା ଅଭିମୁଖେ  ମାଡି ଆସୁଥିବା ବେଳେ ବୁଧବାର  ଦିନ  ଲୋକସେବା ଭବନରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ  ରାଜ୍ୟ କ୍ୟାବିନେଟ ଏହି ଗୁରୁତ୍ୱପୂର୍ଣ୍ଣ   ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ  ମନୋଜ ଆହୁଜଆଙ୍କ କାର୍ଯ୍ୟାଳୟ ପକ୍ଷରୁ  ସୂଚନା ଜାରି ହୋଇଛି  ।  ଏହି ବୈଠକକୁ ମୋଟ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଧାନ ଚାଉଳ ସଂଗ୍ରହ  ପରିଚାଳନା ସମ୍ପର୍କିତ ସମସ୍ତ  ପ୍ରକ୍ରିୟାକୁ  ସୁପରିଚାଳନା କରିବା ପାଇଁ  ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି ୨୦୨୪-୨୫କୁ  ମାନ୍ୟବର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଧାନ ସଂଗ୍ରହ ବର୍ଷ ୨୦୨୪-୨୫ ଅକ୍ଟୋବର ୧ ରୁ ଆରମ୍ଭ ହୋଇ  ସେପ୍ଟେମ୍ବର  ୩୦, ୨୦୨୫ରେ ଶେଷ ହେବ । ଏହାରି ମଧ୍ୟରେ ରାଜ୍ୟ ସରକାର  ଖରିଫ ଓ ରବି ଋତୁ ପାଇଁ  ପୃଥକ ଭାବରେ  ଧାନ ସଂଗ୍ରହ କରିବେ । ପଞ୍ଜିକୃତ କରିଥିବା ଚାଷୀଙ୍କଠାରୁ  ସର୍ବନିମ୍ନ ରାଶି ପ୍ରଦାନ କରି ଧାନ ସଂଗ୍ରହ କରାଯିବ । ଏବଂ ନିଯୁକ୍ତିପ୍ରାପ୍ତ କଷ୍ଟମ ମିଲରମାନଙ୍କ ଦ୍ୱାରା ଧାନକୁ ମିଲିଂ କରାଯାଇ  ସମାନ ପରିମାଣରେ ଚାଉଳ ସଂଗ୍ରହ କରାଯିବ । ସଂଗୃହୀତ ଚାଉଳକୁ ସାଧାରଣ ବଣ୍ଟନ  ବ୍ୟବସ୍ଥାରେ  ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ  ଯୋଜନାର ଆବଶ୍‌ୟକତା ପୂରଣ  ପାଇଁ ବ୍ୟବହାର କରାଯିବ । ବଳକା ଚାଉଳକୁ  ଭାରତୀୟ ଖାଦ୍ୟ ନିଗମଙ୍କୁ  ପ୍ରଦାନ କରାଯିବ । ଖରିଫ ବିପଣନ ବର୍ଷ ୨୦୨୪-୨୫ ପାଇଁ ଅନ୍ତତଃ ୫୪ ଲକ୍ଷ ମେଟ୍ରିକ ଟନର ଚାଉଳ ସଂଗ୍ରହ କରାଯିବ । ଧାନ ହିସାବରେ ଏହା ପ୍ରାୟ ୮୦ ଲକ୍ଷ ମେଟ୍ରିକ ଟନ ହେବ । ଖରିଫ ଓ ରବିରେ ଧାନ ସଂଗ୍ରହର ଧାଯ୍ୟ ଲକ୍ଷ୍ୟ ଯଥକ୍ରମେ  ୬୬ ଲକ୍ଷ ଓ ୧୪ ଲକ୍ଷ ମେଟ୍ରିକ ଟନ ରହିବ । ଏହାଠାରୁ ଅଧିକ ଧାନ ଯଦି ପଞ୍ଜିକୃତ ଚାଷୀଙ୍କଠାରୁ ମଣ୍ଡିକୁ ଆସିବ, ତାହା ମଧ୍ୟ ରାଜ୍ୟ ସରକାର କ୍ରୟ କରିବେ । ନଭେମ୍ବର ୨୦୨୪ରୁ  ମାର୍ଚ୍ଚ ୨୦୩୫ ମଧ୍ୟରେ ଖରିଫ ଧାନ ସଂଗରହ କରାଯିବ । କେବଳ ପଞ୍ଜିକୃତ ଚାଷୀମାନଙ୍କଠାରୁ ସେମାନଙ୍କ ବଳକା ଖାଦ୍‌ୟ ସଂଗ୍ରହ କରାଯିବ । ସରକାରଙ୍କୁ ଧାନ ବିକ୍ରି ପାଇଁ ଆଧାର ହେବ ଏକ ମାତ୍ର ପରିଚୟ ପତ୍ର ।ଧାନ ବିକ୍ରୟ ସମୟରେ  ଆଧାର ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କ ବାୟୋମେଟ୍ରିକ ଚିହ୍ନଟିକରଣ ପ୍ରକ୍ରିୟା ଅବଲମ୍ବନ କରାଯିବ । ପଞ୍ଜିକୃତ ଜମିର ସବିଶେଷ  ତଥ୍‌ୟର ସତ୍ୟତା ଖାଦ୍ୟ ଯୋଗାଣ  ଏବଂ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ନିର୍ଦ୍ଧାରିତ ଅନୁଯାୟୀ ଯାଞ୍ଚ କରାଯିବ । ଧାନ ବିକ୍ରୟ ପାଇଁ ଆଗୁଆ ସୂଚନା ଦିଆଯିବ । ପଞ୍ଜିକୃତ ଯୋଗ୍ୟ ଚାଷୀମାନଙ୍କୁ ଧାନ ସଂଗ୍ରହ ବାବଦ କ୍ରୟ ଦିବସ ଓ ପରିମାଣ ସମ୍ପର୍କର ଆଗୁଆ  ସୂଚନା ମୋବାଇଲ ଫୋନକୁ ଏସଏମଏସ ବାର୍ତ୍ତା ମାଧ୍ୟମରେ ସସୂଚାଇ ଦିଆଯିବ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଉପରେ ଗୁରୁତ୍‌ବ ଦିଆଯିବ ।  ଭାରତ ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ସାଧାରଣ ଧାନ ଓ ଗ୍ରେଡ-ଏ  ଧାନ ପାଇଁ କ୍ୱିଣ୍ଟାଲ ପିଠା ସର୍ବନିମ୍ନ ସହାୟକ ମୂଲ୍‌ୟ ଯଥାକ୍ରମେ ୨୩୦୦ ଟଙ୍କା – ଓ  ୨୩୨୦ ଟଙ୍କା ହାରରେ ଚାଷୀଙ୍କୁ ପ୍ରଦାନ କରାଯିବ । ଚାଷୀଙ୍କ ଧାନ ବିକ୍ରି ବାବଦ ପ୍ରାପ୍ୟ  ତାଙ୍କ ବ୍ୟାଙ୍କ ଖାତାକୁ  ଅନଲାଇନ ପ୍ରକ୍ରିୟାରେ  ସିଧାସଳଖ ପ୍ରେରଣ କରାଯିବ ।  ଏହି ପ୍ରାପ୍ୟ ପ୍ରଦାନ ସରକାରଙ୍କୁ ଧାନ ବିକ୍ରିର ୨୪ରୁ ୪୮ ଘଣ୍ଟା ମଧ୍ୟରେ ସମାପନ କରାଯିବ । ପୂର୍ବ ବର୍ଷ ପରି ପି-ପାସ ସଫ୍ଟ ଓୟାର ଧାନ ସଂଗ୍ରହ କାର୍ଯ୍ୟକ୍ରମ ଅନଲାଇନ ପ୍ରକ୍ରିୟାରେ ସମ୍ପାଦନ କରାଯିବ  ।ଏହି ଧାନ କ୍ରୟ ପ୍ରକ୍ରିୟାକୁ ସ୍ୱଚ୍ଚଳ କରାଯିବ । ଅଭାବ ଧାନ ବିକ୍ରୀକୁ ପ୍ରତିହତ କରିବା ପାଇଁ ଜିଲ୍‌ଲା ପ୍ରଶାସନ ବା ସଂଗ୍ରହକାରୀ ସଂସ୍ଥା ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking