27.1 C
Bhubaneswar
Thursday, March 26, 2026
Homeଓଡିଶାବିଜୁ ଜନତା ଦଳର ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ...

ବିଜୁ ଜନତା ଦଳର ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ୱପୂର୍ଣ ବୈଠକ

– ପ୍ରଥମ ପର୍ଯ୍ୟାୟରେ ଦଳର ଜନସମ୍ପର୍କ ଅଭିଯାନକୁ ବିପୁଳ ଜନ ସମର୍ଥନ
– ଦ୍ଵିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ପାଇଁ ପ୍ରସ୍ତୁତି ସଂପୂର୍ଣ୍ଣ

ଭୁବନେଶ୍ୱର, ବିଜୁ ଜନତା ଦଳର ଦ୍ଵିତୀୟ ପର୍ଯ୍ୟାୟ ଜନ ସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ଦଳର ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଦଳର ବରିଷ୍ଠ ନେତୃମଣ୍ଡଳୀ ଭାଗ ନେଇ ନିଜର ମତାମତ ରଖିଥିଲେ। ଦଳର ପ୍ରଥମ ପର୍ଯ୍ୟାୟ ଜନ ସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ବିପୁଳ ଜନ ସମର୍ଥନ ମିଳିଛି। ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ଦଳର ନେତାମାନେ ମତ ପ୍ରକାଶ କରିଥିଲେ। ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ ବ୍ୟକ୍ତିଗତ ଭାବେ ସଂଗ୍ରହ କରାଯିବା ସହିତ ଡିଜିଟାଲ ମୋଡ଼ରେ ମଧ୍ୟ ଗ୍ରହଣ କରାଯିବ ଓ ସେଥିପାଇଁ ଆବଶ୍ୟକ ବୈଷୟିକ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆ ଯାଇଥିଲା।

ଏହି ବୈଠକରେ, କାର୍ଯ୍ୟକ୍ରମ ରୂପାନ୍ତିକରଣ କମିଟିର ଆବାହକ ଶ୍ରୀ ସଞ୍ଜୟ ଦାସବର୍ମା ଓ ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ନିଜର ବକ୍ତବ୍ୟ ରଖି ଯଥାକ୍ରମେ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମର ରୂପରେଖ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଏଥିରେ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀ ବିକ୍ରମ ଆରୁଖ, ଶ୍ରୀ ପ୍ରତାପ ଜେନା, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଡ଼ଃ ଅରୁଣ ସାହୁ, ଶ୍ରୀ ପ୍ରଦୀପ ଅମାତ, ଶ୍ରୀ ନିରଞ୍ଜନ ପୂଜାରୀ, ଶ୍ରୀ ମନୋହର ରନ୍ଧାରୀ, ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ମହେଶ ସାହୁ, ଶ୍ରୀ ଦେବେଶ ଆଚାର୍ଯ୍ୟ ଇତ୍ୟାଦି ନିଜ ନିଜର ମତ ରଖିଥିଲେ। ଏହି ବୈଠକରେ ମିଡିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି ଓ ଡ଼ଃ ପ୍ରିୟବ୍ରତ ମାଝିଙ୍କ ସହ ବିଜୟ ନାୟକ ମଧ୍ୟ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking