31.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଟୁଡୋଙ୍କ ବିବାଦୀୟ ବୟାନ

ଟୁଡୋଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ମିଶି କାମ କରୁଛନ୍ତି ଭାରତୀୟ ଏଜେଣ୍ଟ । ଭାରତ କାନାଡାରୁ ନିଜର କୂଟନୀତିଜ୍ଞଙ୍କୁ ଫେରାଇ ଆଣିବା ନିଷ୍ପତ୍ତିର କିଛି ଘଣ୍ଟା ପରେ ଏଭଳି କିଛି ଗୁରୁତର ଅଭିଯୋଗ ଆଣିଛି କାନାଡା ପୁଲିସ । ଭାରତ ସରକାରଙ୍କ ଏଜେଣ୍ଟମାନେ କାନାଡାରେ ଆତଙ୍କ ବିସ୍ତାର କରିବା ପାଇଁ ଲରେନ୍ସ ବିଷ୍ଣୋଇ ସହ ମିଶି କାମ କରୁଥିବା ଆର୍‌ସିଏମ୍‌ପି ତଥା ରୟାଲ କନେଡିୟନ୍‌ ମାଉଣ୍ଟେଡ୍‌ ପୁଲିସ ଅଭିଯୋଗ କରିଛି ଯେ ସଂଗଠନ ଅପରାଧ ତତ୍ତ୍ୱର ବ୍ୟବହାର କରାଯାଉଛି ଏବଂ ଏଥିପାଇଁ ଏକ ବିଶେଷ ଗ୍ୟାଙ୍ଗ ଦାୟୀ । ବିଷ୍ଣୋଇ ଗ୍ୟାଙ୍ଗ ଭାରତର ଏଜେଣ୍ଟମାନଙ୍କ ସହିତ ଜଡିତ ଅଛି’ ।

ଟ୍ରୁଡୋ ଆହୁରି କହିଛନ୍ତି, ସେପ୍ଟେମ୍ବର ୨୦୨୩ଠାରୁ ବର୍ତ୍ତମାନ ସୁଦ୍ଧା ସେ ୧୩ଜଣ ଲୋକଙ୍କୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ‘ହତ୍ୟା ମାମଲାରେ ପାଖାପାଖି ୮ ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ଅତି କମରେ ୨୨ ଜଣଙ୍କୁ ବଟି ଆଦାୟ ଅଭିଯୋଗରେ ଗିରଫ କରାଯାଇଛି। ଏହି ଲୋକଙ୍କ ମଧ୍ୟରୁ କେତେକଙ୍କର ଭାରତ ସରକାରଙ୍କ ସହ ସମ୍ପର୍କ ରହିଛି । ହିଂସାବାଦୀ ଉଗ୍ରବାଦ ଉପରେ ଆଲୋଚନା କରିବା ସହ କାନାଡାରେ ଅପରାଧିକ ଗତିବିଧିରେ ଭାରତ ସରକାରଙ୍କ ଏଜେଣ୍ଟ ସାମିଲ ଥିବା ନେଇ ପ୍ରମାଣ ଉପସ୍ଥାପନ କରିବାକୁ ସେ ଚେଷ୍ଟା କରିଥିଲେ । ତେବେ ତାଙ୍କର ଏହି ପ୍ରୟାସଗୁଡ଼ିକ ବୃଥା ଥିଲା । ତେଣୁ ଡେପୁଟି କମିଶନର ଫ୍ଲିନ୍ ଜାତୀୟ ସୁରକ୍ଷା ଏବଂ ଗୁପ୍ତଚର ପରାମର୍ଶଦାତା ନାଥାଲି ଡ୍ରୁଇନ୍, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡେଭିଡ୍ ମୋରିସନ୍ ଏବଂ ଭାରତ ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking