28.1 C
Bhubaneswar
Sunday, March 29, 2026
Homeଓଡିଶାବୃକ୍ଷ ରୋପଣ ଦେଖିବାକୁ ଘଞ୍ଚ ଜଙ୍ଗଲରେ ଚାଲି ଚାଲି ବୁଲିଲେ ଉପମୁଖ୍ୟମନ୍ତ୍ରୀ

ବୃକ୍ଷ ରୋପଣ ଦେଖିବାକୁ ଘଞ୍ଚ ଜଙ୍ଗଲରେ ଚାଲି ଚାଲି ବୁଲିଲେ ଉପମୁଖ୍ୟମନ୍ତ୍ରୀ

ବଲାଙ୍ଗିର : ବୃକ୍ଷ ରୋପଣ ଦେଖିବାକୁ ଘଞ୍ଚ ଜଙ୍ଗଲରେ ଚାଲି ଚାଲି ବୁଲିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଜଙ୍ଗଲ ବିଭାଗ ପକ୍ଷରୁ ଏବର୍ଷ କେତେ ଗଛ ଲଗାଯାଇଛି, ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ପରଖିଛନ୍ତି ଉପମୁଖ୍ୟମନ୍ତ୍ରୀ । ଯାହା ଦେଖିଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରେଞ୍ଜ ଅନ୍ତର୍ଗତ ଲରମ୍ବା ସେକ୍ସନର ବୁଢ଼ାରଜା ପାହାଡ଼ ଜଙ୍ଗଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଗ୍ରାଉଣ୍ଡକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ ଉପ ମୁଖ୍ୟମନ୍ତ୍ରୀ। ଚଳିତବର୍ଷ କେଉଁଠି ଗଛ ଲଗାଯାଇଛି ଦେଖାଇବାକୁ ବଲାଙ୍ଗିର ଡ଼ିଏଫଓଙ୍କୁ କହିଥିଲେ।

ଡିଏଫଓ ମଧ୍ୟ ଉପ ମୁଖ୍ୟମନ୍ତ୍ରୀଙ୍କୁ ଘଞ୍ଚ ଜଙ୍ଗଲ ବୁଲାଇ ଦେଖାଇଥିଲେ। ତେବେ ବୁଢ଼ାରଜା ଜଙ୍ଗଲରେ କେଉଁଠି ବି ଚଳିତବର୍ଷ ବୃକ୍ଷରୋପଣ କରାଯାଇଥିବା ଜଙ୍ଗଲ ବିଭାଗ ଅଧିକାରୀ ଦେଖାଇ ପାରି ନଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ସେହିପରି ନୂଆ ଫରେଷ୍ଟରଙ୍କୁ ନିଯୁକ୍ତି ପରେ ବି କାହିଁକି ପୁରୁଣା ଫରେଷ୍ଟରଙ୍କୁ ରିଲିଭ କରାଯାଉନି ତାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି କେଭି ସିଂହଦେଓ। ବଲାଙ୍ଗିର ଡିଏଫଓ ସୁଦର୍ଶନ ବେହେରା କହିଛନ୍ତି, ବୁଢ଼ାରଜା ପାହାଡ଼ ଜଙ୍ଗଲରେ ବୃକ୍ଷରୋପଣ କରାଯାଇଛି କି ନାହିଁ ସାର୍ ଦେଖିବାକୁ ଚାହିଁଥିଲେ। ଆମେ ତାଙ୍କୁ ସବୁ ବୁଲାଇ ଦେଖାଇଥିଲୁ। ସାର ଜଙ୍ଗଲ ବୁଲି ଦେଖିଥିଲେ, ବିଭିନ୍ନ ଉପଦେଶ ମଧ୍ୟ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking