33.1 C
Bhubaneswar
Wednesday, March 25, 2026
Homeଓଡିଶାଆଜି ବିଜୟାଦଶମୀ, ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼

ଆଜି ବିଜୟାଦଶମୀ, ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର : ଆଜି ମା’ଙ୍କ ବିଜୟାଦଶମୀ, ଅସତ୍ୟ ଉପରେ ହେବ ସତ୍ୟର ଜୟ । ପବିତ୍ର ଦଶହରାର ଶେଷ ଦିନରେ ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ମା’ଙ୍କ ଆରାଧନା । ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ସକାଳୁ ସକାଳୁ ଶ୍ରଦ୍ଧାଳୁ ମାନେ ଭିଡ ଜମାଇଲେଣି । ଭୁବନେଶ୍ୱର ମଣ୍ଡପ ଗୁଡିକରେ ସୁଉଚ୍ଚ ତୋରଣ ଓ ସୁନ୍ଦର ଆଲୋକମାଳ, ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଛି । ବିଜୟାଦଶମୀ ଅବସରରେ ଆଜି ବିଭିନ୍ନ ସ୍ଥାନରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଜୟାଦଶମୀ ପରେ ଧରାପୃଷ୍ଠରୁ ମେଲାଣି ନେବେ ମା’ ଦୁର୍ଗା । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି । ଟ୍ବିନ ସିଟି କଟକ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡପ ମାନଙ୍କରେ ବେଶ ଭିଡ଼ ଦେଖିବାକୁ ମିଳୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking