19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶସାମ୍ନାକୁ ଆସିଲା ଆଇଡିଏଫ୍‌ର ଏକ ବଡ଼ ବିଫଳତାର ପ୍ରମାଣ; ଇସ୍ରାଏଲ୍ ସେନାକୁ ଅଟକାଇଲା ହିଜବୁଲ୍ଲା

ସାମ୍ନାକୁ ଆସିଲା ଆଇଡିଏଫ୍‌ର ଏକ ବଡ଼ ବିଫଳତାର ପ୍ରମାଣ; ଇସ୍ରାଏଲ୍ ସେନାକୁ ଅଟକାଇଲା ହିଜବୁଲ୍ଲା

ଜେରୁଜେଲମ: ଲେବାନନ୍‌ରେ ପ୍ରବେଶ କରିଥିବା ଇସ୍ରାଏଲୀୟ ସ୍ଥଳସେନାର ପ୍ରାୟ୧୫ହଜାରରୁ ଊର୍ଦ୍ଧ୍ୱ ସୈନିକଙ୍କୁ ଆଗକୁ ବଢ଼ିବାରେ ବାଧା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ହିଜବୁଲ୍ଲା ଉଗ୍ରବାଦୀ ସଂଗଠନର ଲଢ଼ୁଆ ଯୋଦ୍ଧାମାନେ। ଏନେଇ ଏକ ଭିଡିଓ ଏବେ ହିଜବୁଲ୍ଲା ପକ୍ଷରୁ ଜାରି କରାଯାଇଛି। ଏଥିରେ ଦକ୍ଷିଣ ଲେବାନନ୍‌ରେ ପ୍ରବେଶ ପୂର୍ବକ ଗ୍ରାଉଣ୍ଡ୍ ଷ୍ଟ୍ରାଇକ୍ ଚଳାଇଥିବା ଇସ୍ରାଏଲ୍ ସେନା ଉପରେ ହିଜବୁଲ୍ଲା ପକ୍ଷରୁ ରକେଟ୍ ତଥା ମିିସାଇଲ୍ ଓ ବୋମା ତଥା ଗ୍ରେନେଡ୍ ଆକ୍ରମଣ କରାଯାଉଥିବା ବେଳେ ଏଥିରେ ଇସ୍ରାଏଲ୍ ସେନା ପଛଘୁଞ୍ଚା ଦେଉଥିବା ଦେଖିବାକୁ ମିଳିଛି। ପ୍ରକାଶ, ବୁଧବାର ଇସ୍ରାଏଲ୍ ସେନା ଦକ୍ଷିଣ ଲେବାନନ୍‌ରେ ଆଗକୁ ବଢ଼ୁଥିବା ବେଳେ ହିଜବୁଲ୍ଲାର ଲଢ଼ୁଆ ଯୋଦ୍ଧାଙ୍କ ସହ ଆମ୍ନାସାମ୍ନା ହୋଇଛି। ଏହି ସମୟରେ ହିଜବୁଲ୍ଲାର ଯୁଦ୍ଧବିମାନଗୁଡ଼ିକ ଇସ୍ରାଏଲ୍ ସେନାର ବଡ଼ କ୍ଷତି ଘଟାଇଛି। ରକେଟ୍‌, ଆର୍ଟିଲିରି ସେଲ ଏବଂ ବିସ୍ଫୋରକ ଉପକରଣ ସହିତ ଇସ୍ରାଏଲର ଅଗ୍ରଗତିକୁ ହିଜବୁଲ୍ଳା ଏକରକମ ବନ୍ଦ କରିଦେଇଛି। ଆକ୍ରମଣରେ ୩ ଇସ୍ରାଏଲୀ ସୈନ୍ୟ ଗୁରୁତର ଆହତ ହୋଇଥିବା ବେଳେ ୨ଟି ଟ୍ୟାଙ୍କ୍ ନଷ୍ଟ ହୋଇଯାଇଥିବା ହିଜବୁଲ୍ଲା ଦାବି କରିଛି।
ଇସ୍ରାଏଲ୍‌କୁ ମିଳିଲା ପ୍ରମାଣ: ହମାସ’ର ମୁଖ୍ୟ ୟାହୟା ସିନୱାର ଏବେ ବି ଜୀବିତ
ଇସ୍ରାଏଲ୍ ପାଇଁ ଆଉ ଏକ ବଡ଼ ସମସ୍ୟା ସାମ୍ନାକୁ ଆସିଛି। ବାସ୍ତବରେ ଗତ ସେପ୍ଟେମ୍ବର ୨୧ ତାରିଖରେ ପାଲେଷ୍ଟାଇନ୍‌ର ଗାଜା ଷ୍ଟ୍ରିପ୍ ସ୍ଥିତ ଉଗ୍ରବାଦୀ ସଂଗଠନ ହମାସ’ର ମୁଖ୍ୟ ୟାହୟା ସିନୱାର ନିହତ ହୋଇଛି ବୋଲି ଇସ୍ରାଏଲ ସେନା ପକ୍ଷରୁ ସେତେବେଳେ ବିବୃତି ଜାରି କରାଯାଇଥିଲା। ଶୀର୍ଷ କମାଣ୍ଡର ମୃତ୍ୟୁକୁ ଏକ ବଡ଼ ସଫଳତା ବୋଲି କହିଥିଲା ଇସ୍ରାଏଲ। କିନ୍ତୁ ଏବେ ଇସ୍ରାଏଲ୍ ସେନାକୁ ମିଳିଥିବା ସୂଚନାନୁସାରେ ହମାସ ମୁଖ୍ୟ ୟାହା ସିନୱାର ଏବେବି ଜୀବିତ ରହିଛି। ନିକଟରେ ଏକ ଗୁପ୍ତ ଠିକଣାରୁ ସିନୱାର କତାର ସହ ଯୋଗାଯୋଗ କରିଥିବା ଇସ୍ରାଏଲ ସେନା ଦାବି କରିଛି। ଅନ୍ୟପଟେ ଏହି ଖବରକୁ ଖଣ୍ଡନ କରିଛି କତାର। ପ୍ରକାଶ, ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପଛର ମୁଖ୍ୟ ଖଳନାୟକ ସିନୱାର ହିଁ ଥିଲା। ୨୦୧୫ରେ ଆମେରିକା ପକ୍ଷରୁ ସିନୱାରକୁ ଅର୍ନ୍ତଜାତୀୟ ଆତଙ୍କବାଦୀ ଘୋଷଣା କରାଯାଇଥିବା ବେଳେ ସେ ଇରାନର ଅତ୍ୟନ୍ତ ଘନିଷ୍ଠ। ତେବେ ଏବେ ଯେତେବେଳେ ସିନୱାର ଜୀବିତ ଥିବା କଥା ସାମ୍ନାକୁ ଆସିଛି ସେତେବେଳେ ଇସ୍ରାଏଲ୍ ପୁଣିଥରେ ହମାସ ବିରୋଧୀ ଲଢ଼େଇକୁ ବ୍ୟାପକ କରିପାରେ ବୋଲି ଆଶଙ୍କା କରାଯାଉଛି।
ସିରିଆକୁ ସମ୍ପ୍ରସାରିତ ହେଉଛି ଇରାନ୍‌-ଇସ୍ରାଏଲ ଯୁଦ୍ଧ
ଇସ୍ରାଏଲ୍ ସେନା ପକ୍ଷରୁ ହିଜବୁଲ୍ଲା ଏବଂ ସିରିଆର ଡାମାସକସ୍ ଠାରେ ଥିବା ଇରାନୀ ସେନା ବେସ୍ ଉପରେ ଭୟାବହ ଏୟାରଷ୍ଟ୍ରାଇକ୍ କରାଯାଇଛି। ମାଜେ ପ୍ରାନ୍ତରେ ହୋଇଥିବା ଏହି ଆକ୍ରମଣରେ ୧୧ଜଣ ଗୁରୁତର ହୋଇଥିବା ବେଳେ ୭ଜଣ ପ୍ରାଣ ହରାଇଛନ୍ତି। ତେବେ ଗୋଟିଏ ପଟେ ହମାସ ଓ ଅନ୍ୟପଟେ ହିଜବୁଲ୍ଲା ସହ ଲଢ଼େଇ ଲଢ଼ୁଥିବା ଇସ୍ରାଏଲ୍ ସେନା ଏବେ ଇରାନ୍‌କୁ ମଧ୍ୟ ନିଜ ସହ ଛାମୁଆ ଯୁଦ୍ଧକୁ ଟାଣିଆଣିଛି। ଏପରିସ୍ଥିତିରେ ଇସ୍ରାଏଲ୍‌ର ସିରିଆ ମାଟିରେ ଆକ୍ରମଣ ସିରିଆକୁ ମଧ୍ୟ ଇସ୍ରାଏଲ୍ ବିରୋଧରେ ଅସ୍ତ୍ର ଉଠାଇବାକୁ ବାଧ୍ୟ କରିପାରେ। ତେବେ ଏସବୁକୁ ନେଇ ରୁଷ୍ ମଧ୍ୟ ଇସ୍ରାଏଲ୍ ଉପରେ ଏବେ ଭୀଷଣ କ୍ଷୁବ୍ଧ ହୋଇପଡିଥିବା ଜଣାପଡିଛି।
ହମାସ-ଫତାହ ମଧ୍ୟରେ ଆଲୋଚନା
ଇସ୍ରାଏଲ୍ ସେନାକୁ ମୁହଁତୋଡ ଜବାବ ଦେବା ପାଇଁ ପାଲେଷ୍ଟାଇନ୍‌ର ଇସଲାମିକ୍ ଗ୍ରୁପ୍ ହମାସ ଏବଂ ଏବଂ ପାଲେଷ୍ଟାଇନ୍ ରାଷ୍ଟ୍ରପତି ମେହମୁଦ୍ ଅଽାସ୍‌ଙ୍କ ଫତାହ ମୁଭମେଣ୍ଟ ମଧ୍ୟରେ ଏକ ଗୁପ୍ତ ବୈଠକ ହୋଇଥିବା ସୂଚନା ମଳିଛି। ଏହି ବୈଠକରେ ଇସ୍ରାଏଲ୍ ବିରୋଧରେ ଆଗାମୀ ରଣନୀତି ତଥା ସାମରିକ ନୀତି କ’ଣ ରହିବ ସେନେଇ ବିସ୍ତୃତ ଆଲୋଚନା ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking