27.1 C
Bhubaneswar
Friday, October 18, 2024
Homeଓଡିଶାକାଲି ଆସିବ ସୁଭଦ୍ରା ଟଙ୍କା

କାଲି ଆସିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ଆସନ୍ତାକାଲି ଅର୍ଥାତ୍‌ ୯ ତାରିଖରେ ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ। ହେଲେ ଏହା ପୂର୍ବରୁ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କେଉଁ ବ୍ୟାଙ୍କ ଖାତାକୁ ଟଙ୍କା ଯିବ ଓ କେଉଁ ଖାତାକୁ ଟଙ୍କା ଆସିବ ନାହିଁ । ସୁଭଦ୍ରା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧ କୋଟିର ଉର୍ଦ୍ଧ୍ବ ମହିଳା ଏଥିପାଇଁ ଆବେଦନ କରିସାରିଲେଣି । ତେବେ ପରବର୍ତ୍ତୀ ପର୍ଯ୍ୟାୟ ଟଙ୍କା କେତେ ଆକାଉଣ୍ଟକୁ ଯିବ ସେ ନେଇ ହିତାଧିକାରୀ ଦ୍ବନ୍ଦ୍ବରେ ଥିଲେ । ଆଉ ସମସ୍ତଙ୍କ ଦ୍ବନ୍ଦ୍ବ ଦୂର କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ଯେଉଁମାନଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଯାଇ ନାହିଁ ସେମାନେ ଆସନ୍ତା ଅକ୍ଟୋବର ୯ ତାରିଖ ଅର୍ଥାତ ଦୁର୍ଗା ପୂଜାରେ ଟଙ୍କା ପାଇବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ବାଣ୍ଟିବେ ଟଙ୍କା ।ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇ ନାହିଁ ସେମାନେ ବ୍ୟସ୍ତ ନହେବା ପାଇଁ ପୂର୍ବରୁ କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସମସ୍ତଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ଯିବ ଟଙ୍କା । ଏଥିପାଇଁ ଆଦୌ ବ୍ୟସ୍ତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking