30.1 C
Bhubaneswar
Thursday, February 12, 2026
Homeଓଡିଶାଆସନ୍ତା ୨୪ଘଣ୍ଟାରେ ଉତ୍ତର ଓ ପଶ୍ଚିମରେ ପ୍ରବଳ ବର୍ଷା

ଆସନ୍ତା ୨୪ଘଣ୍ଟାରେ ଉତ୍ତର ଓ ପଶ୍ଚିମରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ବିଶେଷ କରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଟ୍ୱିନ୍ ସିଟି କଟକ ଏବଂ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଗାଙ୍ଗେଟି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଉପରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଓଡିଶାରେ ଦିନ ତମାମ ଲାଗି ରହିଛି ବର୍ଷା। ଅନ୍ୟପଟେ ଆସନ୍ତାକାଲି ବି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଳକନ କରିଛି ପାଣିପାଗ ବିଭାଗ। ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। କାଲି ସକାଳ ସାଢେ ୮ଟା ଯାଏଁ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ବର୍ଷା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ରାଜ୍ୟରେ ଜାରି ରହିବ। ଗତ ୩୬ ଘଣ୍ଟା ମଧ୍ୟରେ ତାଳଚେରରେ ସର୍ବାଧିକ ୨୪୭ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୧୦୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭଦ୍ରକରେ ୯୮, କେନ୍ଦୁଝରରେ ୯୨, ଚାନ୍ଦବାଲିରେ ୮୩, ଜଗତସିଂହପୁରରେ ୭୫, ବୌଦ୍ଧରେ ୬୧, ଯାଜପୁରରେ ୪୩ ମିମି ବର୍ଷା ହୋଇଛି। ଏହା ବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ବର୍ଷାର ପରିମାଣ ଭଲ ରହିଛି। ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୧୧୨୫.୭ ମିମି ସ୍ୱାଭାବିକ ବର୍ଷା ତୁଳନାରେ ୧୦୫୧.୧ ମିମି ବର୍ଷା ରେକର୍ଡ ହୋଇଛି। ଏବେ ବି ୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ଓ ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ପୁରୀ ଓ ଭଦ୍ରକରେ ଅଧିକ ନିଅଣ୍ଟିଆ ବର୍ଷା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking