21.1 C
Bhubaneswar
Sunday, December 28, 2025
Homeଦେଶ ବିଦେଶଉଡାଣ ଭରିବା ଆଗରୁ ବିମାନରୁ ବାହାରିଲା ଧୂଆଁ, ଯାତ୍ରୀ ଭୟଭୀତ

ଉଡାଣ ଭରିବା ଆଗରୁ ବିମାନରୁ ବାହାରିଲା ଧୂଆଁ, ଯାତ୍ରୀ ଭୟଭୀତ

ଚେନ୍ନାଇ : ମଙ୍ଗଳବାର ସନ୍ଧ୍ୟାରେ ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ବିମାନ ଉଡ଼ାଣ ଭରିବା ପୂର୍ବରୁ ଇଂଜିନରୁ ଧୂଆଁ ବାହାରିଥିଲା । ଯାହାଫଳରେ ଯାତ୍ରୀ ମାନେ ଭୟଭୀତ ହୋଇଥିଲେ । ସୂଚନା ମୁତାବକ, ମଙ୍ଗଳବାର ରାତିରେ ଚେନ୍ନାଇ-ଦୁବାଇ ଏମିରେଟ୍ସ ବିମାନ ଉଡାଣ ଭରିବା ପୂର୍ବରୁ ବିମାନର ପଛ ଭାଗରୁ ଧୂଆଁ ବାହାରିବା ଆରମ୍ଭ କରିଥିଲା । ବିମାନ ଉଡାଣ ଭରିବାର କିଛି ଘଣ୍ଟା ଆଗରୁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଅନ୍ତରାଷ୍ଟ୍ରୀୟ ବିମାନ ଏମିରେଟ୍ସ ବିମାନ ମଙ୍ଗଳବାର ରାତି ୯ଟା ୫୦ ମିନିଟ ସମୟରେ ଦୁବାଇ ପାଇଁ ଉଡାଣ ଭରିବା ସ୍ଥିର ରହିଥିଲା । ଏହି ପୂର୍ବରୁ ବିମାନରେ ଇନ୍ଧନ ଭର୍ତ୍ତି କରାଯାଇଥିଲା । ତତେବେ ପ୍ରସ୍ତୁତି ସମୟରେ ହଠାତ୍ ଧୂଆଁ ବାହାରିଥିଲା । ଏହି ବିମାନରେ ୩୨୦ରୁ ଅଧିକ ଯାତ୍ରୀ ଯାତ୍ରା କରିଥାନ୍ତେ । ଧୂଆଁ ଲାଗିବା ପରେ ଦମକଳ ବାହିନୀ ନିଆଁ ଲିଭାଇ ଘଟଣାକୁ ଆୟତ୍ତ କରିଥିଲେ । ବିମାନଟି ପାଖାପାଖି ୨ ଘଣ୍ଟା ବିଳମ୍ବରେ ୨୮୦ ଜଣ ଯାତ୍ରୀଙ୍କ ସହ ବିମାନଟି ଉଡିଥିଲା । ତେବେ ଏମିରେଟ୍ସର ଜଣେ ମୁଖପାତ୍ର କହିଛନ୍ତି ଯେ, “୨୪ ସେପ୍ଟେମ୍ବର ୨୦୨୪ରେ ଚେନ୍ନାଇରୁ ଦୁବାଇ ଅଭିମୁଖେ ବିମାନ ଉଡ଼ାଣ ଇକେ୫୪୭ ବୈଷୟିକ ତ୍ରୁଟି ହେତୁ ବିଳମ୍ବରେ ଉଡାଣ ଭରିଥିଲା। ତେବେ ଇଞ୍ଜିନର ଯାଞ୍ଚ ପରେ ବିମାନଟି ଦୁବାଇ ଅଭିମୁଖେ ଯାଇଥିଲା। ସୃଷ୍ଟି ହୋଇଥିବା ଅସୁବିଧା ପାଇଁ ଏମିରେଟ୍ସ ଯାତ୍ରୀମାନଙ୍କୁ କ୍ଷମା ପ୍ରାର୍ଥନା କରୁଛି । ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking