27.1 C
Bhubaneswar
Friday, September 27, 2024
Homeଓଡିଶାସଡକ ଦୁର୍ଘଟଣା : ୨ ମୃତ

ସଡକ ଦୁର୍ଘଟଣା : ୨ ମୃତ

ବାଙ୍ଗିରିପୋଷି : ୪୯ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଓଭର ର୍ବ୍ରିଜ୍ ନିକଟରେ ଟ୍ରକ ସହ ସ୍କୁଟି ଧକ୍କା ହୋଇଥିଲା।  ଟ୍ରକ ଓ ସ୍କୁଟି ମଧ୍ୟରେ ଦୁର୍ଘଟଣା ଘଟି ଦୁଇଜଣଙ୍କ ଜୀବନ ଚାଲିଯାଇଛି। ମୃତକ ଦୁଇଜଣ ହେଲେ ଚନ୍ଦନପୁର ଗ୍ରାମର ବାବୁଲୁ ବେହେରା ଓ ରବି ବେହେରା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେପଟେ ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକଟି ଝାରପୋଖରିଆ ଥାନା ଆଡୁ ଦୁଆରଶୁଣି ଘାଟିକୁ ଯାଉଥିବା ବେଳେ ସ୍କୁଟି ସହ ଦୁର୍ଘଟଣା ଘଟିଛି । ସ୍କୁଟିଟି ଉପରେ ଟ୍ରକ ଚାପି ଯାଇ ୩୦ଫୁଟ ଦୂରକୁ ଘୋଷାଡି ନେଇଥିଲା ଏବଂ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking