18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଆଗ୍ନେୟଗିରି ଠାବ କଲା ପ୍ରଜ୍ଞାନ ରୋଭର

ଆଗ୍ନେୟଗିରି ଠାବ କଲା ପ୍ରଜ୍ଞାନ ରୋଭର

ଭୁବନେଶ୍ୱର : ଭାରତର ଚନ୍ଦ୍ରଯାନ-୩ ଅଭିଯାନ ୨୦୨୩ରେ ସଫଳ ହୋଇଥିଲା। ବିଶ୍ଵର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ରଖିଥିଲା। ସେବେଠାରୁ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରୁ ନୂଆ ନୂଆ ତଥ୍ୟ ଆବିଷ୍କାର କରିବା ସହିତ ସେସବକୁ ଭାରତକୁ ପଠାଉଛି। ନିକଟରେ ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ଏକ ପ୍ରାଚୀନ ଆଗ୍ନେୟଗିରି ଉଦ୍‌ଗିରଣ ଠାବ କରିବାରେ ସଫଳ ହୋଇଛି। ପ୍ରଜ୍ଞାନ ଯେଉଁଠାରେ ଅବତରଣ କରିଥିଲା ତାହା ଆଖପାଖରେ ଏହି ପ୍ରାଚୀନ ଆଗ୍ନେୟଗିରି ଠାବ ହୋଇଛି, ଯାହାର ଚଉଡ଼ା ପ୍ରାୟ ୧୬୧ କିଲୋମିଟର ହେବ। ଏହି ତଥ୍ୟ ସମ୍ପର୍କରେ ଅହମ୍ମଦାବାଦସ୍ଥିତ ଭୌତିକ ଗବେଷଣା ପରୀକ୍ଷାଗାରର ବୈଜ୍ଞାନିକମାନଙ୍କ ଦ୍ଵାରା ପ୍ରକାଶିତ ସାଇନ୍ସ ଡାଇରେକ୍ସ ସଂସ୍କରଣରେ ପ୍ରକାଶ ପାଇଛି। ଦକ୍ଷିଣ ମେରୁର ଐଟକେନ ବେସିନଠାରୁ ୩୫୦ କିଲୋମିଟର ଦୂରରେ ଏହି ମୃତ ଆଗ୍ନେୟଗିରି ରହିଛି। ଚନ୍ଦ୍ରପୃଷ୍ଠରେ ଏହା ସବୁଠୁ ବଡ଼ ଏବଂ ପ୍ରାଚୀନ ଆଗ୍ନେୟଗିରି ବା ଭୂତାତ୍ତ୍ଵିକ ଢାଞ୍ଚା ବୋଲି କୁହାଯାଉଛି। ଏହି ଆଗ୍ନେୟଗିରି ଯୋଗୁ ଦକ୍ଷିଣ ମେରୁ-ଐଟକେନ ବେସିନ ସୃଷ୍ଟି ହୋଇଥିବା ବୈଜ୍ଞାନିକମାନେ ବିଶ୍ଵାସ କରୁଛନ୍ତି। ସମୟକ୍ରମେ ଏହାର ଅଧିକାଂଶ ଭାଗ ଧ୍ବଂସପ୍ରାପ୍ତ ହୋଇଆସିଥିବା ରିପୋର୍ଟରେ ଦର୍ଶାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking