19.1 C
Bhubaneswar
Sunday, December 28, 2025
Homeଓଡିଶାପୁଣି ଏକ ହାତୀର ମୃତଦେହ ଉଦ୍ଧାର

ପୁଣି ଏକ ହାତୀର ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ପୁଣି ଏକ ହାତୀର ମୃତଦେହ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ବାଙ୍ଗିରିପୋଷି ରେଞ୍ଜର ବାଲିଆଢିପା ଜଙ୍ଗଲର ଘଟଣା। ଏକ ହାତୀର ମୃତଦେହକୁ ବନବିଭାଗ କର୍ମଚାରୀମାନେ ଆଜି ସକାଳୁ ଉଦ୍ଧାର କରିଛନ୍ତି। ମୃତ ହାତୀର ବୟସ ପାଖାପାଖି ୩୫ବର୍ଷ ହେବା ନେଇ ମିଳିଥିବା ସୂଚନାରୁ ଜଣାପଡିଛି । ଗତକାଲି ସନ୍ଧ୍ୟାରେ ନିକଟସ୍ଥ ବିଲରେ ଧାନ ଖାଇବାକୁ ହାତୀପଲ ଆସିଥିବା ବେଳେ ନାଳ ନିକଟରେ ଗୋଟାଏ ହାତୀର ମୃତଦେହ ପଡ଼ିଥିବା ସୂଚନା। ହାତୀର ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ବନବିଭାଗ ଅଧିକାରୀମାନେ ପହଞ୍ଚି ଅନୁଧ୍ୟାନ ଚଳାଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ସବିଶେଷ ତଥ୍ୟକୁ ନେଇ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ବିଦ୍ୟୁତ ସଂସ୍ପର୍ଶରେ ଆସିବା କାରଣରୁ ମୃତ୍ୟୁ ହୋଇଥିବାକୁନେଇ ସନ୍ଦେହ କରାଯାଉଥିବା ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking