30.1 C
Bhubaneswar
Thursday, September 19, 2024
Homeଓଡିଶାବିନା ଔଷଧରେ କୋଲେଷ୍ଟ୍ରଲ ନିୟନ୍ତ୍ରଣ, ଜାଣନ୍ତୁ କେମିତି ?

ବିନା ଔଷଧରେ କୋଲେଷ୍ଟ୍ରଲ ନିୟନ୍ତ୍ରଣ, ଜାଣନ୍ତୁ କେମିତି ?

ଭୁବନେଶ୍ୱର: ମନୁଷ୍ୟ ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ଏକ ବଡ଼ ସମସ୍ୟା ପାଲଟିଛି । ଜୀବନଶୈଳୀରେ ପରିବର୍ତ୍ତନ ହେବା ସହ ଖାଦ୍ୟ ପାନୀୟରେ ପରିବର୍ତ୍ତନ ଘଟୁଥିବାରୁ ଶରୀରରେ ଖରାପ କୋଲେଷ୍ଟ୍ରଲର ସ୍ତର ବୃଦ୍ଧି ପାଉଛି । ଯୁବବର୍ଗଙ୍କ ଠାରୁ ଆରମ୍ଭ କରି କମ୍‌? ବୟସର ପିଲା ଓ ବୟସ୍କ ମଧ୍ୟ ଏହାର ଶିକାର ହେଉଛନ୍ତି । ଖରାପ କୋଲେଷ୍ଟ୍ରଲକୁ ଏଡାଇବା ପାଇଁ ବିଭିନ୍ନ ପ୍ରକାର ଔଷଧ ସେବନ କରିବାକୁ ପଡୁଛି । ଏଠାରେ ପ୍ରଶ୍ନ ଉଠେ କେବଳ ଔଷଧ ସେବନ ଦ୍ୱାରା କୋଲେଷ୍ଟ୍ରଲସ୍ତର ହ୍ରାସ କରି ହେବ ନା ଅନ୍ୟ କିଛି ବିକଳ୍ପ ରହିଛି ? ଯଦି ଏହାର ବିକଳ୍ପ ରହିଛି ତାହା କଣ ? ଜାଣିବା ପାଇଁ ପଢନ୍ତୁ ପୂରା ଖବର । ବିନା ଔଷଧରେ ମଧ୍ୟ ପ୍ରାକୃତିକ ଉପାୟରେ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିହେବ । ଯଦି ଆପଣ ଜୀବନଶୈଳୀ ଓ ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନ ଆଣିନ୍ତି ତେବେ କୋଲେଷ୍ଟ୍ରଲ ସମସ୍ୟାରୁ ମୁକ୍ତି ପାଇପାରିବେ । ବିଜ୍ଞାନ ପ୍ରମାଣ ଅନୁଯାୟୀ, ଆପଣ ଯେଉଁ ଖାଦ୍ୟ ପାନୀୟ ଗ୍ରହଣ ସେଥିରେ ପରିବର୍ତ୍ତନ ଆସିଲେ କୋଲେଷ୍ଟ୍ରଲର ସ୍ତରକୁ ହ୍ରାସ ହୋଇପାରିବ ।

ବୃଦ୍ଧି କରିବାରେ ସାହାଯ୍ୟ କରିବ । ମନେରଖନ୍ତୁ , ଯଦି ଆପଣଙ୍କର କୋଲେଷ୍ଟ୍ରଲ ସ୍ତର ବହୁତ ଅଧିକ ରହିଥିବ, ତେବେ ଜୀବନ ଶୈଳୀରେ ପରିବର୍ତ୍ତନ ଖରାପ କୋଲେଷ୍ଟ୍ରଲ ସ୍ତରକୁ କମାଇବା ପାଇଁ ଯଥେଷ୍ଟ ହୋଇନପାରେ । କିନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରିବ ଏବଂ ଆପଣଙ୍କ କୋଲେଷ୍ଟ୍ରଲ କମାଇବା ପାଇଁ ସେବନ କରିଥିବା ଔଷଧକୁ ଭଲ କାମ କରିବାରେ ସାହାଯ୍ୟ କରିପାରିବ । ଯଦି ଆପଣ ପ୍ରତିଦିନ ଚିଜବର୍ଗର୍ ଏବଂ ଆଇସ୍କ୍ରିମ୍ ଖାଆନ୍ତି କିନ୍ତୁ ପରେ ଧୀରେ ଧୀରେ ଏହି ଖାଦ୍ୟକୁ ଛାଡି ହେଲଦି ଖାଇବା ଖାଉଛନ୍ତି, ତେବେ ଆପଣଙ୍କର ଖରାପ କୋଲେଷ୍ଟ୍ରଲ ସ୍ତର ହ୍ରାସ ହେବାର ସମ୍ଭାବନା ରହିଛି । ଡାକ୍ତର କାନନଙ୍କ କହିବା ଅନୁଯାୟୀ, ମୁଁ ପ୍ରାୟତଃ ରୋଗୀମାନଙ୍କୁ କହିଥାଏ ଯେ, ଖାଦ୍ୟରେ ପରିବର୍ତ୍ତନ ଆଣିବା ଦ୍ୱାରା ସେମାନଙ୍କର ଖରାପ କୋଲେଷ୍ଟ୍ରଲ ସ୍ତରରେ ସାମାନ୍ୟ ହ୍ରାସ ପରିଲଖିତ ହୋଇଥାଏ, କିନ୍ତୁ ଜଣଙ୍କ ଉପରେ ଏହାର ପ୍ରଭାବ ପଡେ ନାହିଁ । ତଥାପି, ହେଲଦି ଖାଦ୍ୟ ଖାଇବା ଦ୍ୱାରା ଅନ୍ୟାନ୍ୟ ହୃଦ୍‌?ରୋଗ ସମ୍ବନ୍ଧୀୟ ଲାଭ ମଧ୍ୟ ମିଳିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking