25.1 C
Bhubaneswar
Thursday, February 5, 2026
Homeଓଡିଶାରାଜଧାନୀରେ ଗଣେଶ ବିସର୍ଜନ ପାଇଁ ଆସିଲା ଗାଇଡ୍‌ଲାଇନ୍‌

ରାଜଧାନୀରେ ଗଣେଶ ବିସର୍ଜନ ପାଇଁ ଆସିଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: ରାଜଧାନୀରେ ଗଣେଶ ବିସର୍ଜନ ପାଇଁ ବିଏମସି ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି। ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ସ୍ଥାନ ଚି଼ହ୍ନଟ ହୋଇଛି। ଏଥିମଧ୍ୟରୁ ଗୋଟିଏ ହେଲା ଟଙ୍କପାଣି ବ୍ରିଜ ଓ ଅନ୍ୟଟି ହେଲା ଦୟା ନଦୀ କୂଳ। ଏଥିଲାଗି ସେଠାରେ ବିସର୍ଜନ ପାଇଁ ବିଏମସି ତରଫରୁ ବିଶେଷ ଆୟୋଜନ ହୋଇଛି।

ଏଥର ବିଏମସି ମୂର୍ତ୍ତି ବିସର୍ଜନର ଦାୟିତ୍ବ ବହନ କରିବ। ଯେଉଁମାନେ ଚାହିଁବେ, ସେମାନେ ବିସର୍ଜନ ପାଇଁ ନିକଟସ୍ଥ ବିଏମସି କଲ୍ୟାଣ ମଣ୍ଡପରେ ମୂର୍ତ୍ତି ଦେଇପାରିବେ। ସେହି ମୂର୍ତ୍ତିକୁ ବିଏମସି ବିସର୍ଜନ ବିଏମସି। ମୂର୍ତ୍ତିକୁ ଆଣି ସମ୍ମାନର ସହ ଧାର୍ମିକ ଭାବନାକୁ ସମ୍ମାନ ଦେଇ ଗଣେଶ ମୂର୍ତ୍ତିକୁ ସଠିକ ଭାବେ ଯଥା ସ୍ଥାନରେ ରଖିବେ। ଗଣେଶ ପୂଜା ବିସର୍ଜନର ତଦାରଖ କରିବେ ବିଏମସି ଡେପୁଟି କମିଶନର। ଗାଡ଼ି ମାଧ୍ୟମରେ ବିସର୍ଜନ ସ୍ଥଳରେ ମୂର୍ତ୍ତି ପହଞ୍ଚାଇବା ଲାଗି ବି ବ୍ୟବସ୍ଥା କରାଯିବ। ଏଥିଲାଗି ରାଜଧାନୀରେ ୮ଟି କଲ୍ୟାଣ ମଣ୍ଡପରେ ମୂର୍ତ୍ତି ହସ୍ତାନ୍ତର ପାଇଁ କଲ୍ୟାଣ ମଣ୍ଡପର ତାଲିକା ଜାରି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking