19.1 C
Bhubaneswar
Tuesday, February 3, 2026
Homeଓଡିଶାକେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଠକେଇ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଠକେଇ

ଭୁବନେଶ୍ୱର :  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ବହୁ ଲୋକଙ୍କୁ ଲକ୍ଷାଧୀକ ଟଙ୍କାର ଚୁନ ମାରିଥିବା ଜଣେ ଠକଙ୍କୁ ବାନ୍ଧିଛି କ୍ୟାପିଟାଲ ଥାନା ପୁଲିସ୍‌।ଏହି ଠକଜଣକ ରାହୁଲ ସାହୁ ବୋଲି ଜଣା ପଡ଼ିଥିବା ବେଳେ ସେ କିନ୍ତୁ ଲୋକଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଉଥିଲେ। ନିଜ ସୋଶାଲ ମିଡିଆରେ ବଡ଼ ବଡ଼ ନେତାମନ୍ତ୍ରୀଙ୍କ ପାଖରେ ଛିଡ଼ା ହୋଇଥିବା ଫଟୋ ପୋଷ୍ଟ କରୁଥିଲେ। ତାହାକୁ ଦେଖାଇ ସେ ସେମାନଙ୍କର ଖାସ୍‌ ଲୋକ ବୋଲି ଲୋକଙ୍କୁ ପରିଚୟ ଦେଉଥିଲେ।ଏହାଦେଖି ସାଧାରଣ ଲୋକେ ତାଙ୍କୁ ବିଶ୍ୱାସ କରି ଯାଉଥିଲେ। ଫଳରେ ଦୀର୍ଘ ଦିନ ଧରି ଚାକିରି ପାଇଁ ତଥା ବଦଳି ପାଇଁ ଦୌଡ଼ୁଥିବା ଲୋକ ତାଙ୍କୁ ସହଜେ ବିଶ୍ୱାସ କରିନେଉଥିଲେ। କାମ କରିବା ପୂର୍ବରୁ ବାବୁଜଣକ ଅଗ୍ରୀମ ଟଙ୍କା ମୋଟା ଆକାରରେ ନେଇ ଯାଉଥିଲେ। ମାତ୍ର ପରେ ଆଉ ଧରାଛୁଆଁ ଦେଉ ନଥିଲେ।ଏହି ଧୂର୍ତ୍ତଜଣକ ନିଜକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଲୋକଙ୍କୁ ଠକୁଥିବା ବେଳେ ଏହା ଦଳୀୟ କର୍ମୀଙ୍କ ନଜରରେ ପଡ଼ିଥିଲା। ଏହାପରେ ଗତରାତିରେ ମାଷ୍ଟର କ୍ୟାଣ୍ଟିନ୍‌ର ଏକ ଲଜ୍‌ରେ ପଶି ସେମାନେ ରାହୁଲଙ୍କୁ କାବୁ କରିଥିଲେ। ପରେ ତାଙ୍କୁ କ୍ୟାପିଟାଲ ଥାନା ପୁଲିସ୍‌ ଜିମା ଦେଇଥିଲେ। ପୁଲିସ୍‌ ତାଙ୍କୁ ପଚରାଉଚରା କରୁଥିବା ବେଳେ ତାଙ୍କ ଫୋନ୍‌ ଜବତ କରିଛି। ଏଥିସହ ତାଙ୍କ ନିକଟରୁ ବହୁ ଜାଲ୍‌ ନିଯୁକ୍ତିପତ୍ର, ବଦଳି ଆଦେଶ ବି ଜବତ କରିଛି ପୁଲିସ୍‌ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking