ଭୁବନେଶ୍ୱର : ଜଳକର ବାକି ରଖିଛନ୍ତି ଶିଳ୍ପସଂସ୍ଥା । ମୋଟ ୬୫୭ କୋଟି ଜଳକର ବାକି ପଡ଼ିଛି । ହୀରାକୁଦ ପାଣି ନେଇ ମୋଟ ୮ଟି ଶିଳ୍ପସଂସ୍ଥା ଜଳକର ଦେଇନାହାନ୍ତି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ବିଧାୟକ ଭାଷ୍କର ମଢେ଼ଇଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୮ଟି ସଂସ୍ଥା ଉପରେ ମୋଟ ୬୫୭ କୋଟି ୩୪ ଟଙ୍କା ବାକି ପଡ଼ିଛି । ସର୍ବାଧିକ ଭୂଷଣ ଉପରେ ୨୦୮କୋଟି ୩୪ ଲକ୍ଷ ଟଙ୍କା ବାକି ରହିଛି । ଟିଆରଏଲ ଉପରେ ୧୭୨ କୋଟି ୫୦ ଲକ୍ଷ ଟଙ୍କା ବାକି ରହିଛି ।