22.1 C
Bhubaneswar
Wednesday, January 15, 2025
Homeଓଡିଶାସୁଭଦ୍ରା ଯୋଜନା ସଂମ୍ପୂର୍ଣ୍ଣ ଦେୟମୁକ୍ତ, ଆବେଦନ ଫି’ ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ

ସୁଭଦ୍ରା ଯୋଜନା ସଂମ୍ପୂର୍ଣ୍ଣ ଦେୟମୁକ୍ତ, ଆବେଦନ ଫି’ ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସୁଭଦ୍ରା ଯୋଜନା ପାଇଁ ସକାଳୁ ସଂନ୍ଧ୍ୟା ଯାଏଁ ଲାଗିଛି ଲୋକଙ୍କ ଭିଡ । ଏହା ମଧ୍ୟରେ ବଡ ଘୋଷଣା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁଭଦ୍ରା ଆବେଦନ ଫି’ ମାଗିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ସୁଭଦ୍ରା ଯୋଜନା ସଂମ୍ପୂର୍ଣ୍ଣ ଦେୟମୁକ୍ତ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଜନସେବା କେନ୍ଦ୍ର, ଆଧାର କେନ୍ଦ୍ର, ମୋ ସେବା କେନ୍ଦ୍ର ଆଦି ଆବେଦନକାରୀଙ୍କୁ କୌଣସି ଅର୍ଥ ମାଗିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉପ-ମୁଖ୍ୟମନ୍ତ୍ରୀଙ୍କ ସୂଚନା ରହିଛି ।

ସେପଟେ, ଆଜି ଉଦଘାଟିତ ହୋଇଛି ସୁଭଦ୍ରା ଯୋଜନା କଲ୍ ସେଣ୍ଟର । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହାକୁ ଉଦଘାଟିତ କରିଛନ୍ତି । ସୁଭଦ୍ରା ଯୋଜନା ସମ୍ପର୍କରେ ତଥ୍ୟ ଜାଣିବାକୁ ହେଲେ, ସକାଳ ୬ ରୁ ରାତି ୧୦ ଯାଏଁ ଟୋଲ ଫ୍ରି ନମ୍ବର ୧୪୬୭୮ ମାଧ୍ୟମରେ କଲ୍ କରି ତଥ୍ୟ ପାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking