21.1 C
Bhubaneswar
Sunday, November 24, 2024
Homeଓଡିଶାଆସାମୀକୁ ୫ ବର୍ଷ ସଶ୍ରମ କରାଦଣ୍ଡ

ଆସାମୀକୁ ୫ ବର୍ଷ ସଶ୍ରମ କରାଦଣ୍ଡ

କଟକ: ଖୋର୍ଦ୍ଦା ଜିଲ୍ଲା ବାଲିଅନ୍ତା ଅଞ୍ଚଳରେ ୮ବର୍ଷ ପୂର୍ବେ ହୋଇଥିବା ନାବାଳିକା ଅସଦ୍ ଆଚରଣ ମାମଲାରେ କଟକ ଆଡ୍‌ହକ୍ ଆଡିସିନାଲ୍ ଡିଷ୍ଟ୍ରିଟ୍ ଏଣ୍ଡ୍ ସେସନ୍ ଜଜ୍ (ଫାଷ୍ଟ୍‌୍‌ଟ୍ରାକ୍ ସ୍ପେସାଲ୍ କୋର୍ଟ -୧) ଆସାମୀ ପ୍ରଶାନ୍ତ କାମେଲାକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି । ଏଥିସହିତ କୋର୍ଟ ଦୋଷୀକୁ ୧୦ ହଜାର ଟଙ୍କାର ଜୋରିମାନା ପ୍ରଦାନ କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି ।  ୨୦୧୬ ମସିହା ଅକ୍ଟୋବର ୨୧ ଏହି ଘଟଣା ଘଟିଥିବା ନେଇ ସେହିବର୍ଷ ନଭେମ୍ବର ୩ ତାରିଖରେ ବାଲିଅନ୍ତା ଥାନାରେ ପୀଡିତାର ପରିବାର ପକ୍ଷରୁ ଏତଲା ରୁଜୁ କରାଯାଇଥିଲା । ଜଣେ ଅନୁସୂଚିତ ଜାତିର ୧୨ ବର୍ଷୀୟ ନାବାଳିକାକୁ ପ୍ରଶାନ୍ତ ଅସଦ୍ ଆଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ୍ ଘଟଣାର ତଦନ୍ତ କରି ୨୦୧୭ ମସିହା ଅଗଷ୍ଟ ୧୬ ତାରିଖରେ ଅଭିଯୁକ୍ତ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା । କଟକର ଆଡ୍‌ହକ୍ ଆଡିସିନାଲ୍ ଡିଷ୍ଟ୍ରିଟ୍ ଏଣ୍ଡ୍ ସେସନ୍ ଜଜ୍ (ଫାଷ୍ଟ୍‌୍‌ଟ୍ରାକ୍ ସ୍ପେସାଲ୍ କୋର୍ଟ -୧) ରେ ଶୁଣାଣି ଚାଲିଥିଲା ବେଳେ ଅଦାଲତ ଆସାମୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking